ସମ୍ପର୍କର ସେତୁ ଗୁରୁପ୍ରିୟା ! କିନ୍ତୁ ବାସ୍ତବତା କ'ଣ ? ଗ୍ରାଉଣ୍ଡ ଜିରୋରେ News7 ଟିମ

Published By : Prameya-News7 Bureau | July 31, 2018 IST

ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ଆଶାର ସଂଚାର ହୋଇଛି | ଅନେକ ସମ୍ଭାବନା, ଦୁଃଖ, ଯନ୍ତ୍ରଣା ଉପଶମର ଆଶା ସୃଷ୍ଟିହୋଇଛି | କିନ୍ତୁ ବାସ୍ତବିକତା କଣ? ସତରେ କଣ ବିଛିନ୍ନାଂଚଳର ଦୁଃଖ ଯିବ? ଏମିତି ପ୍ରଶ୍ନରେ ବିଛିନ୍ନାଂଚଳର ଚିତ୍ର ବୟାନ କରିଛି ଭିନ୍ନ କଥା | ସେତୁ ପରେ ବି ସମ୍ପର୍କ ଆହୁରି ଦୂର | ମାଲକାନଗିରି ଚିତ୍ରକୋଣ୍ଡାର ବିଛିନ୍ନାଂଚଳର ଏକ ମହାଯୋଗାଯୋଗ ଗୁରୁପ୍ରିୟା ସେତୁ | ୧୮୭ କୋଟି ଟଙ୍କା ବ୍ୟୟରେ ୯୧୦ ମିଟର ଲମ୍ବର ଏହି ସେତୁକୁ ଗତ ୨୬ ତାରିଖରେ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୧୫୧ ଗାଁ ପାଇଁ ସମ୍ପର୍କର ସେତୁ ବୋଲି କୁହାଯାଉଛି ଗୁରୁପ୍ରିୟା ସେତୁକୁ | ୩୦ ହଜାର ଲୋକ ଦୀର୍ଘ ଦିନ ଧରି ଭୋଗୁଥିବା ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତ ହେବେ | ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣର କେନ୍ଦ୍ର ବିନ୍ଦୁ ପାଲଟିଛି ଗୁରୁପ୍ରିୟା | ଏସବୁ ଭିତରେ କିନ୍ତୁ କିଛି ସ୍ଥିତି ଆଉ ଚିତ୍ର ପ୍ରଶ୍ନ କରିଛି ସମ୍ଭାବନାର ବାସ୍ତବିକତା ନେଇ | ସେତୁ ପରେ ବି ଯୋଗାଯୋଗ ଯେମିତି ବୋହୁ ଦୂର ଭଳି ଲାଗୁଛି | ଚିତ୍ର କହୁଛି ସମ୍ପର୍କରେ ଏବେ ବି ସଙ୍କଟ ରହିଛି | ବ୍ରିଜ ହୋଇଛି ସତ କିନ୍ତୁ ବ୍ରିଜ ସହ ସଂଯୋଗର ରାସ୍ତା ନାହିଁ | ସରକାରୀ ବାବୁ କିମ୍ବା ନେତାଙ୍କ ପାଦ ବି ପଡିନି ସେତୁ ନିକଟ ଅନେକ ଗାଁରେ | ଘଟଣାସ୍ଥଳକୁ କିନ୍ତୁ ଯାଇଥିଲା News7 ଟିମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.