କେବଳ ବଳପୂର୍ବକ ଛୁଇଁବା ଯୌନ ଶୋଷଣ ନୁହେଁ, ସ୍କିନ୍ ଟୁ ସ୍କିନ୍ ସଂଯୋଗ ଅପରାଧ : ବମ୍ବେ ହାଇକୋର୍ଟ

Published By : Prameya-News7 Bureau | January 24, 2021 IST

ନାଗପୁର ୨୪/୦୧ : ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ବମ୍ବୋ ହାଇ ହାଇକୋର୍ଟ । ଯୌନ ନିର୍ଯ୍ୟାତନା ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ଏକ ମାମଲାର ଶୁଣାଣି କରି କହିଛନ୍ତି, କୌଣସି ଗତିବିଧିକୁ ଯୌନ ଶୋଷଣ ସେତେବେଳେ ବିବେଚନା ଯେତେବେଳେ, ‘ଯୌନ ଉଦ୍ଦେଶ୍ୟ ରଖି ସ୍କିନ୍‌ ଟୁ ସ୍କିନ୍‌ ସଂଯୋଗ ହେବ’ । କୋର୍ଟ ଏହା ମଧ୍ୟ କହିଛନ୍ତି କେବଳ ‘ଜବରଦସ୍ତି ଛୁଇଁବା ବା ସ୍ପର୍ଶ କରିବା’କୁ ଯୌନ ଶୋଷଣ ବୋଲି ଧରାଯିବ ନାହିଁ ।  

ସୂଚନା ଅନୁସାରେ, ବମ୍ବେ ହାଇକୋର୍ଟରେ ଏକ ଯୌନ ଶୋଷଣ ଅଭିଯୋଗ ମାମଲାରେ ଅଭିଯୁକ୍ତର ଯାଚିକା ଉପରେ ଶୁଣାଣି କରୁଥିଲେ କୋର୍ଟ । ଅଭିଯୁକ୍ତ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ନାବାଳିକା । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, ଅଭିଯୁକ୍ତଜଣକ କେବଳ ନାବାଳିକାଙ୍କ ଛାତିକୁ ସ୍ପର୍ଶ କରିଛନ୍ତି । ଯାହାକୁକି ଯୌନ ଶୋଷଣ କୁହାଯିବ ନାହିଁ ।

କୋର୍ଟ କହିଛନ୍ତି କୌଣସି ଘଟଣାକୁ ଯୌନ ଶୋଷଣ ସେତେବେଳେ କୁହାଯିବ ଯେତେବେଳେ ଅଭିଯୁକ୍ତଜଣକ ପୀଡିତାଙ୍କ ବସ୍ତ୍ର ଖୋଲି ଶାରୀରିକ ଭାବେ ସ୍ପର୍ଶ (ଫିଜିକାଲ କଣ୍ଟାକ୍ଟ) କରିବ । ଅଭିଯୁକ୍ତଜଣକୁ ଜଣେ ନାବାଳିକାଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । କିନ୍ତୁ ପରେ ଜଷ୍ଟିସ୍‌ ପୁଷ୍ପା ଗନେଡୀଓ୍ବାଲାଙ୍କୁ ନେଇ ଗଠିତ ଜଣିକିଆ ବେଞ୍ଚ୍ ଅଭିଯୁକ୍ତର ପକ୍ଷକୁ ଶୁଣାଣି କରିଥିଲେ । ଅଭିଯୁକ୍ତକୁ ପୋକ୍ସୋ ଅଧିନିୟମର ଧାରା ୮ ଅନୁଯାୟୀ ସଜା ଶୁଣାଯାଇଥିଲା । ଜଜ୍‌ଙ୍କ କହିବାକଥା ପ୍ରମାଣ ଅଭାବରୁ ଏହି ଘଟଣାକୁ ଯୌନ ଶୋଷଣ ଶ୍ରେଣୀରେ ରଖାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ ଏହି ଘଟଣା ୨୦୨୧୬ ମସିହାରେ ଘଟିଥିଲା । ଅଭିଯୁକ୍ତଜଣକ ଜଣେ ନାବାଳିକାକୁ ଚକୋଲେଟ୍‌ ଦେବାକୁ କହି ଘରକୁ ଡାକିନେବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲା । ସେଠାରେ ପୀଡିତାଙ୍କ ମା ପହଞ୍ଚିବା ପରେ ପୀଡିତାଜଣକ କାନ୍ଦୁଥିବାର ଦେଖିଥିଲେ । ଏହା ପରେ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ଏବଂ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.