କନିଆଁର ‘ମାଆ’କୁ ଧରି ବର ‘ବାପ’ ଫେରାର : ପୁଅ-ଝିଅ ବାହା ହେବା ଆଗରୁ ମନେ ପଡ଼ିଲା ପୁରୁଣା ପ୍ରେମ

Published By : Prameya-News7 Bureau | January 21, 2020 IST

ସୁରତ ୨୧/୧: ପ୍ରେମ ଅନ୍ଧ ହୋଇଥାଏ, କିନ୍ତୁ କେତେ ଅନ୍ଧ ହୋଇଥାଏ ତାହା କହିବା ଅତ୍ୟନ୍ତ କଷ୍ଟ। ଏହା ଜରୁରୀ ନୁହେଁ ଯେ ପ୍ରେମ କେବଳ ଯୁବାବସ୍ଥାରେ ହେବ। ଏହା ଆପଣଙ୍କୁ ଯେକୌଣସି ବୟସରେ ହୋଇପାରେ। କିନ୍ତୁ ପରିସ୍ଥିତି ସେତେବେଳେ ଭିନ୍ନ ହୋଇଯାଇଥାଏ ଯେତେବେଳେ କନିଆଁଙ୍କ ମାଆଙ୍କ ସହ ବରଙ୍କ ବାପା ଘର ଛାଡ଼ି ଚାଲିଯାଇଥାଆନ୍ତି। ଠିକ୍ ଏପରି ଏକ ଘଟଣା ଘଟିଛି ଗୁଜୁରାଟର ସୁରତ ଜିଲ୍ଲାରେ । ଏଠାରେ ଫେବୃୟାରୀ ମାସରେ ଜଣେ ଯୁବକ ଏବଂ ଯୁବତୀଙ୍କ ବିବାହ ହେବାର ଥିଲା କିନ୍ତୁ ଏହା ପୂର୍ବରୁ ଯୁବତୀଙ୍କ ମାଆଙ୍କ ସହ ଯୁବକଙ୍କ ବାପା ଚାଲିଯାଇଛନ୍ତି।

ଏହି ଘଟଣା ପରେ ଉଭୟଙ୍କ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା। ଯୁବକ ଏବଂ ଯୁବତୀଙ୍କ ବିବାହ ଭାଙ୍ଗି ଯାଇଥିଲା। ବିବାହର କିଛି ଦିନ ପୂର୍ବରୁ ଯୁବକ ଏବଂ ଯୁବତୀଙ୍କ ବାପା,ମାଆ ଚାଲିଯାଇଛନ୍ତି। ଏମାନେ ପରସ୍ପରକୁ ବହୁତ ଆଗରୁ ଜାଣିଥିଲେ।

ଏବେ ଉଭୟଙ୍କ ପରିବାର ଆଶଙ୍କା କରିଛନ୍ତି ଯେ ଦୁହେଁ ଏବେ ସୁଦ୍ଧା ବିବାହ କରି ସାରିଥିବେ। ସୁରତର କାଟରଗ୍ରାମ ଅଞ୍ଚଳରେ ଯୁବକଙ୍କ ବିବାହ ନବସାରୀରେ ରହୁଥିବା ଯୁବତୀଙ୍କ ସହ ସ୍ଥିର ହୋଇଥିଲା।

ଏବେ ଯାଏଁ ଦୁହିଁଙ୍କର କୌଣସି ଖୋଜଖବର ମିଳିନାହିଁ। ଯୁବକ ଏବଂ ଯୁବତୀଙ୍କ ବିବାହ ବର୍ଷେ ପୂର୍ବରୁ ସ୍ଥିର ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.