ଶିଶୁପାଳ ହେଲା ବର – ମଦ ପିଇ ନାଗୀନ୍ ନାଚିବାରୁ ବିବାହ ପାଇଁ ମନା କଲେ କନ୍ୟା
12/11/2019 at 3:29 PM

ଲକ୍ଷ୍ମୌ – ମଦ ପିଇ ନାଗୀନ୍ ନାଚ ନାଚିବା ଜଣେ ବରଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ଉତ୍ତର ପ୍ରଦେଶର ମୌଲାନୀରେ ବରଯାତ୍ରୀ କନ୍ୟା ଘର ନିକଟରେ ପହଞ୍ଚିଥିଲେ । ବରଯାତ୍ରୀ ପ୍ରଚୁର ମଦ ପିଇଥିବା ବେଳେ ବର ମଧ୍ୟ ନିଶାରେ ଟଳ ମଳ ହେଉଥିଲେ । ବ୍ୟାଣ୍ଡ ବାଜା ସାଙ୍ଗକୁ ବର ନିଶାଗ୍ରସ୍ତ ଅବସ୍ଥାରେ ନାଗୀନ୍ ନାଚ ନାଚିଥିଲା । କନ୍ୟା ଏହି ଖବର ପାଇବା ପରେ ବିବାହ ପାଇ ମନା କରିଦେଇଥିଲେ ।
ଏହାପରେ ସେଟାରେ ତୁମୁଳ କାଣ୍ଡ ଘଟିଥିଲା । ନିଶାଗ୍ରସ୍ତ ବର କନ୍ୟାକୁ ଚାପୁଡା ମାରିଥିଲା । ଏହା ପରେ ଘଟଣା ଆହୁରି ତୀବ୍ରରୂପ ଧାରଣ କରିଥିଲା ।
ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ପକ୍ଷ ସମସ୍ତ ଉପହାର ଫେରାଇ ଦେବା ପାଇଁ ରାଜି ହୋଇଥିଲେ । କେହିବି ଅଭିଯୋଗ ଦାଖଲ କରି ନ ଥିଲେ । ଝିଅ ଘର ଦୁଃଖିତ ଥିହା ସତ୍ତ୍ୱେ ଝିଅର ନିଷ୍ପତ୍ତିକୁ ସମ୍ମାନ ଜଣାଇଥିବା କଥା କହିଛନ୍ତି ।