ନୂଆଦିଲ୍ଲୀ ୧୪/୦୯ : ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ବାହାଘର ଭିଡିଓ ଭାଇରାଲ ହୋଇଥାଏ। ପ୍ରତ୍ୟେକ ଭିଡିଓରେ କିଛି ନୂଆ ରୀତିନୀତି ଦେଖିବାକୁ ମିଳିଥାଏ। ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟକୁ ଛୁଇଁଛି। ଏହି ଭିଡିଓରେ ବାହାଘର ପରେ ବର କନ୍ୟାଙ୍କ ଆଶୀର୍ବାଦ ନେଉଥିବା ନଜର ଆସିଛନ୍ତି। ଭିଡିଓ ଦେଖି ଲୋକେ ବରକୁ ଖୁବ ପ୍ରଶଂସା କରୁଛନ୍ତି। ଲୋକେ ଭିଡିଓକୁ ଲାଇକ କରିବା ସହ ନାନା ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
{"id":511580,"sizeSlug":"full","linkDestination":"none"}ଭିଡିଓକୁ ଇନଷ୍ଟାଗ୍ରାମରେ mr_robin_hudd ନାମକ ୟୁଜର୍ସ ସେୟାର କରିଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ବରକନ୍ୟା ମନ୍ଦିରରେ ଛିଡା ହୋଇଛନ୍ତି ଓ ଉଭୟେ ବରଣ ମାଳା ପିନ୍ଧିଛନ୍ତି। ପ୍ରଥମେ କନ୍ୟା ବରର ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ଓ ତାପରେ ବର ମଧ୍ୟ ନଇଁ କନ୍ୟାଙ୍କ ପାଦ ଛୁଇଁଛନ୍ତି। କିନ୍ତୁ ଏତିକିବେଳେ କନ୍ୟା ପଛକୁ ହଟିଯାଇଛନ୍ତି। ଭିଡିଓରେ ଉଭୟ ବରକନ୍ୟା ବହୁତ ଖୁସି ଥିବା ନଜର ଆସିଛନ୍ତି।
wp:html/wp:html
ଭିଡିଓକୁ ସୋସିଆଲ ମିଡ଼ିଆରେ ଏବେ ସୁଦ୍ଧା ୩୫ ମିଲିୟନରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି। ଲୋକେ ଭିଡିଓରେ ଅନେକ କମେଣ୍ଟ ଦେଉଛନ୍ତି ଓ ବାରକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।