ବିବାହ ପୂର୍ବରୁ ନିଜ ହାତରେ ଅଭିନନ୍ଦନ ନାଁର ମେହେନ୍ଦି କଲେ ବର, କନ୍ୟାଙ୍କୁ କହିଲେ ତୁମେ ମୋ ହୃଦୟରେ ଅଛ କିନ୍ତୁ…

Published By : Prameya-News7 Bureau | March 08, 2019 IST

ଇନ୍ଦୋର ୮|୩ : ଭାରତୀୟ ବାୟୁସେନାର ପାକିସ୍ତାନ ବାଲାକୋଟ୍ ରେ ଏୟାର ଷ୍ଟ୍ରାଇକ ପରେ ଦେଶବାସୀ ଭିନ୍ନ ଭିନ୍ନ ଉପାୟରେ ବୀର ସେନାଙ୍କୁ  ଅଭିନନ୍ଦନ ଜଣାଉଛନ୍ତି । ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ସ୍ବେଦେଶ ଫେରିବା ପରେ ପ୍ରତ୍ୟେକ ଭାରତୀୟ ଗର୍ବର ସହକାରେ ଅଭିନନ୍ଦନଙ୍କ ଗୁଣଗାନ କରୁଛନ୍ତି । ଅଭିନନ୍ଦନଙ୍କ ନିଶ ରଖିବାର ଷ୍ଟାଇଲ ଯୁବ ପିଢିଙ୍କୁ ବେଶ୍‌ ଆକୃଷ୍ଟ କରିଥିବାରୁ ଅନେକ ଯୁବକ ତାଙ୍କ ପରି ନିଶ ରଖୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଇନ୍ଦୋରର ଜଣେ ଯୁବକ ଅଭିନନ୍ଦନଙ୍କ ପରାକ୍ରମରେ ପ୍ରଭାବିତ ହୋଇ ନିଆରା ଢଙ୍ଗରେ ସେନାକୁ ସାଲ୍ୟୁଟ କରିଛନ୍ତି । ଇନ୍ଦୋରର ସାଓ୍ବରେ ରୋଡ୍ ସ୍ଥିତ ରିଙ୍ଗନୋଦିୟା ଗାଁର ଦୁଗ୍ଧ ବ୍ୟବସାୟୀ ଶୁଭମ୍ ଜାଟ ବିବାହ ପୂର୍ବରୁ ହାତରେ ଅଭିନନ୍ଦନଙ୍କ ଚିତ୍ର ଆଙ୍କିଥିଲେ । ଏହାପରେ ଶୁଭମ୍ ତାଙ୍କ ଭାବି ପତ୍ନୀଙ୍କୁ ଫୋନ୍ ଯୋଗେ କହିଥିଲେ ଯେ, ତୁମେ ମୋର ହୃଦୟରେ ଅଛ କିନ୍ତୁ ଦେଶ ହୃଦୟଠାରୁ ଉପରେ ଅଛି । ଆଉ ଦେଶକୁ ସୁରକ୍ଷା ଦେଉଥିବା ସେନାଙ୍କ ସମ୍ମାନ ସବୁଠାରୁ ଉପରେ ଅଛି । ବୀର ଯବାନ ମାନେ ୨୪ଘଣ୍ଟା ଆମର ରକ୍ଷା କରିବା ପାଇଁ ବର୍ଡର ଉପରେ ଦିନ ରାତି ଏକ କରିଦେଉଛନ୍ତି । ତେଣୁ ଆମର ବି କିଛି କର୍ତ୍ତବ୍ୟ ରହିବା ଦରକାର ସେମାନଙ୍କ ପାଇଁ ବୋଲି ଶୁଭମ୍ କହିଥିଲେ ।

ଶୁଭମଙ୍କ ଏହି ନିଷ୍ପତ୍ତିରେ କେବଳ ତାଙ୍କ ଭାବି ପତ୍ନୀ ନୁହନ୍ତି ତାଙ୍କ ପରିବାର ସବୁ ସଦସ୍ୟ ବହୁତ ଖୁସି ହୋଇଥିଲେ । ବିବାହରେ ସାମିଲ ହେବାକୁ ଆସିଥିବା ସମସ୍ତ ସମ୍ପର୍କୀୟ ମାନେ ଅଭିନନ୍ଦନଙ୍କୁ ଶୁଭମଙ୍କ ତରଫରୁ ଏହି ଅଭିନବ ସମ୍ମାନ ପାଇଁ ସାବାସୀ ଦେଇଥିଲେ । ବରର ଭାଇ ଗୌରବଙ୍କ କହିବା ମୁତାବକ ତାଙ୍କ ଭାଇ ହାତରେ ଅଭିନନ୍ଦନଙ୍କ ଚିତ୍ରକୁ ମେହେନ୍ଦିରେ ଆଙ୍କି କେବଳ ଦେଶକୁ ବର୍ତ୍ତା ଦେଇନାହାନ୍ତି ବରଂ ପଡୋଶୀ ଦେଶ ପାକିସ୍ତାନକୁ ମଧ୍ୟ ମୁହଁତୋଡ ଜବାବ ଦେଇଛନ୍ତି ।

ଦେଶର ଯୁବକ ମାନଙ୍କ ପାଇଁ ଦେଶଭକ୍ତି ଠାରୁ ବଡ ଆଉ କିଛି କର୍ମ ଓ ଧର୍ମ ନାହିଁ । ତାଙ୍କ ପରିବାର ଲୋକ ଏହି ଅବସରରେ ନିଷ୍ପତ୍ତି ନେଇଛନ୍ତି ଯେ, ତାଙ୍କ ପରିବାରରେ ହେବାକୁ ଥିବା ସମସ୍ତ ବିବାହରେ ଦେଶ ଭକ୍ତି ସହ ଜଡିତ ସନ୍ଦେହ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.