Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବେଦୀରୁ ଉଠି ଜଙ୍ଗଲକୁ ଧାଇଁ ପଳାଇଲା ବର: ୫ ଘଣ୍ଟା ପରେ ଖୋଜି ପାଇଲା ପୋଲିସ, କାରଣ ଥିଲା ଏମିିତି

9/07/2021 at 8:12 PM


ରାମପୁର ୦୯/୦୭ :
ଉତ୍ତର ପ୍ରଦେଶ ରାମପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବାହା ହେବାକୁ ଆସିଥିବା ଜଣେ ବର ୭ ଫେରା ନେବା ପୂର୍ବରୁ ଜଙ୍ଗଲ ଆଡକୁ ଚାଲି ଯାଇଥିଲେ ।ଘର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ୫ ଘଣ୍ଟା ପରେ ପୋଲିସ ଯୁବକଙ୍କୁ ଖୋଜି ବାହାର କରିଥିଲା।

ବରଯାତ୍ରୀଙ୍କୁ ମନ ମୁତାବକ ଖାଇବା ନ ମିଳିଥିବାରୁ ପାଟିତୁଣ୍ଡ ହୋଇଥିଲା। କନ୍ୟାପକ୍ଷ ଓ ବରପକ୍ଷ ମଧ୍ୟରେ ଝଗଡା ଏତେ ବଢିଗଲା ଯେ ଶେଷକୁ ମାରପିଟ ଯାଏଁ କଥା ଗଲା। ଏଥିରେ ବର ରାଗିଯାଇ ମଣ୍ଡପ ଛାଡି ଜଙ୍ଗଲ ଆଡକୁ ଚାଲି ଯାଇଥିଲେ। ପୋଲିସ ଆସି ମାମଲା ଥଣ୍ଡା କରିଥିଲା ଓ ବର ଖୋଜିବା ଆରମ୍ଭ କରିଥିଲା। ପ୍ରାୟ ୫ ଘଣ୍ଟା ପରେ ପୋଲିସ ବରକୁ ଖୋଜିବାରେ ସଫଳ ହୋଇଥିଲା। ଉଭୟ ପକ୍ଷର ବୁଝାମଣା ପରେ ରାତିରେ ବିବାହ ସମ୍ପନ୍ନ ହୋଇଥିଲା।

ମାମଲା ଅଜିମନଗର ଥାନା ଧୁଳିଆଗଂଜ ଗାଁର। ମହିପାଲଙ୍କ ବରଯାତ୍ରୀ ଧୁଳିଆଗଂଜ ଗାଁକୁ ଆସିଥିଲା। ବରଯାତ୍ରୀ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ବରଯାତ୍ରୀଙ୍କୁ ଖାଇବାକୁ ଦିଆଯାଇଥିଲା। କିନ୍ତୁ ମନ ମୁତାବକ ଖାଇବା ନ ମିଳିବାରୁ ବରଯାତ୍ରୀ ରାଗି ଯାଇଥିଲେ ଓ ହଙ୍ଗାମା କରିଥିଲେ। କନ୍ୟାପକ୍ଷକୁ ଖରାପ ଲାଗିଥିଲା ଏବଂ ଏହାପରେ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଦୁଇ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା।

ମାମଲା ଅଧିକ ବିଗିଡ଼ିଯିବା ଦେଖି ବର ନିଜ ସାଙ୍ଗସାଥିଙ୍କୁ ନେଇ ମଣ୍ଡପରୁ ଜଙ୍ଗଲକୁ ଚାଲି ଯାଇଥିଲା। ବର ପଳାଇ ଯିବା ପରେ କିଛି ଗ୍ରାମବାସୀ ତାଙ୍କୁ ପିଛା କରିଥିଲେ କିନ୍ତୁ ତାଙ୍କୁ ପାଇନଥିଲେ। ମାମଲା ଥାନାରେ ପହଞ୍ଚିଲା। ପୋଲିସ ବରକୁ ଖୋଜିବା ଆରମ୍ଭ କଲା। ପୋଲିସ ରାତିରେ ଜଙ୍ଗଲରେ ବରକୁ ଖୋଜାଖୋଜି କଲା। ରାତି ପ୍ରାୟ ୧୨ଟା ରେ ପୋଲିସ ବରକୁ ପାଇଥିଲା। ଉଭୟ ପକ୍ଷ ତରଫରୁ ରାତିରେ ପଞ୍ଚାୟତ ବସିଲା। ଏହାପରେ ଉଭୟ ପକ୍ଷର ବୁଝାମଣା ପରେ ବାହାଘର ସମ୍ପନ୍ନ ହୋଇଥିଲା।

   Related Posts