Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କମ୍‌ ବରଯାତ୍ରୀ ଆଣିଥିଲେ ବୋଲି ଭାଙ୍ଗିଗଲା ବାହାଘର, ବର ଫେରୁଥିବା ଦେଖି ଗାଁ ଲୋକେ ନେଲେ ଏମିତି ନିଷ୍ପତ୍ତି

22/07/2021 at 9:36 PM

ମଥୁରା ୨୨/୭: କରୋନା ସଂକ୍ରମଣ ମଧ୍ୟରେ ବିଭିନ୍ନ କଟକଣା ଲାଗୁ ହୋଇଛି। ବିବାହ, ଶବ ସଂସ୍କାର ଆଦି କାର୍ଯ୍ୟରେ ସୀମିତ ସଂଖ୍ୟକ ଲୋକଙ୍କୁ ଉପସ୍ଥିତି ପାଇଁ ପ୍ରଶସାନ ନିର୍ଦେଶ ଦେଇଛି। କିନ୍ତୁ ଏହି ନିୟମ ଜଣେ ଯୁବକଙ୍କୁ ଭାରି ପଡ଼ିଛି। କମ୍‌ ସଂଖ୍ୟକ ଯାତ୍ରୀ ନେଇ କନିଆଁ ଘରେ ପହଞ୍ଚିବା ପରେ ବରକୁ ଶିଶୁପାଳ ହେବାକୁ ପଡ଼ିଛି । ଘଟଣାଟି ମଥୁରାର ରାୟା ଥାନା ଅନ୍ତର୍ଗତ ତୋହରା ଗାଁରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ତୋହରା ବାସିନ୍ଦା ମଦନ ପାଲ ନିଜ ଝିଅର ବିବାହ ରିସ୍ତା ଥାନା ଅନ୍ତର୍ଗତ ମାଣ୍ଟ ବାସିନ୍ଦା ସୁରଜପାଲଙ୍କ ପୁଅ ଓମହରିଙ୍କ ସହ ଠିକ୍‌ କରିଥିଲେ। ଧାର୍ଯ୍ୟ ସମୟ ଅନୁସାରେ ବର ପକ୍ଷ ବୁଧବାର ରାତିରେ ୨୫ରୁ ୩୦ ଜଣ ବରଯାତ୍ରୀଙ୍କୁ ନେଇ ତୋହରାରେ ପହଞ୍ଚିଥିଲେ । ବରଯାତ୍ରୀ ନାଚ ଗୀତର ତାଳେ ତାଳେ କନିଆଁ ଘର ଅଭିମୁଖେ ଗତି କରୁଥିବା ବେଳେ ଗୋଟିଏ ଘଟଣା ସମସ୍ତ ଖୁସୀକୁ ପାଣିଚିଆ କରିପକାଇଥିଲା ।

କନିଆଁଙ୍କ ଦାଦା କେହରି କମ୍‌ ସଂଖ୍ୟକ ବରଯାତ୍ରୀ ଆସିଥିବା କହି ବିବାହ କରାଇବାକୁ ମନା କରିଦେଇଥିଲେ। ଏମିତି କଥା ଶୁଣି ବର ପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। ବାହା ଘର ଭାଙ୍ଗିବା ସହ ନିଜ ଝିଆରୀର ବିବାହ ଅନ୍ୟ ଜଣେ ଯୁବକ ସହ କରାଇଥିଲେ କେହରି ।

ଏ କଥା ଜାଣିବା ପରେ ପଡ଼ୋଶୀ ଗାଁ ଲୋକେ ଫେରିଯାଉଥିବା ବରକୁ ବିବାହ କରାଇବେ ବୋଲି କହିଥିଲେ। ଏହା ପରେ ଗାଁ ଲୋକେ ସୋଗରବାର ବାସିନ୍ଦା ମୁକେଶଙ୍କ  ଝିଅଙ୍କ ସହ ଓମହରିଙ୍କ ବିବାହ କରିଥିଲେ। ଏହା ସହ ହସ ଖୁସୀରେ ବର ବିଦା କରିଥିଲେ ଗାଁ ଲୋକେ ।

   Related Posts