ବିଳମ୍ୱିତ ରାତି ଯାଏଁ ବରଯାତ୍ରୀରେ ନାଚିଲା ମଦ୍ୟପ ବର, ଅନ୍ୟ ଜଣଙ୍କୁ ବିବାହ କଲା ଅସନ୍ତୁଷ୍ଟ କନିଆ

Published By : Prameya-News7 Bureau | May 17, 2022 IST

ଜୟପୁର: ବରର ମଦ୍ୟପ ନାଚ ଏବଂ ବରଯାତ୍ରୀ ପହଞ୍ଚିବାରେ ବିଳମ୍ୱ ଯୋଗୁଁ ବିବାହ କରିବାକୁ ମନା କଲା କନିଆ । ରାଜସ୍ଥାନର ଚୁରୁ ଜିଲ୍ଲାରୁ ସାମନାକୁ ଆସିଛି ଏଭଳି ଘଟଣା । ମେ ୧୫ରେ ବର ପକ୍ଷ ରାଜଗଡ ତହସିଲରେ ଥିବା କନ୍ୟାର ଗାଁ ଚେଲାନାରେ ପହଞ୍ଚିଥିଲେ। ରାତି ୯ଟା ସୁଦ୍ଧା ବରଯାତ୍ରୀ କନିଆ ଘର ନିକଟରେ ପହଞ୍ଚିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବର ଏବଂ ତାର ସାଙ୍ଗମାନେ ମଦ ପିଇ ଦୀର୍ଘ ସମୟ ଯାଏଁ ଡିଜେର ତାଳେ ତାଳେ ନାଚିଥିଲେ । ଫଳରେ କନିଆ ଘର ନିକଟରେ ବରଯାତ୍ରୀ ପହଞ୍ଚିବାରେ ବହୁ ବିଳମ୍ୱ ହୋଇଥିଲା।

ବିବାହର ଶୁଭ ମୁହୂର୍ତ୍ତ ପ୍ରାୟ ରାତି ୧.୧୫ ମିନିଟରେ ଥିଲା, କିନ୍ତୁ ବର ପକ୍ଷ ପହଞ୍ଚିବାର ନାଁ ଧରୁ ନଥିଲା। ବରଯାତ୍ରୀର ମଦ୍ୟପ ନୃତ୍ୟକୁ ନେଇ କନିଆ ପକ୍ଷ ଏବଂ ନିଜେ କନ୍ୟା ମଧ୍ୟ ଅତିଷ୍ଠ ହୋଇଥିଲେ। ଶେଷରେ ଅପେକ୍ଷାର ସବୁ ସୀମା ପାର ହେବା ପରେ ବରଯାତ୍ରୀକୁ ଫେରି ଚାଲିଯିବାକୁ କହିଥିଲେ କନିଆ। ପରେ ନିଜ ଝିଅର ବିବାହ ଅନ୍ୟ ଜଣଙ୍କ ସହ କରିବାକୁ ନିଷ୍ପତ୍ତି ନେଇଥିଲେ ଝିଅ ଘର ଲୋକେ।

ଝିଅ ଘରର ଅଭିଯୋଗ ଥିଲା ବିବାହକୁ ନେଇ ବର ଏବଂ ତାର ପରିବାର ଗମ୍ଭୀର ନାହାନ୍ତି । ସେମାନେ ଭବିଷ୍ୟତରେ ମଧ୍ୟ ଏହିପରି ବ୍ୟବହାର ପ୍ରଦର୍ଶନ କରିପାରନ୍ତି । ଶେଷରେ ପୋଲିସର ପରାମର୍ଶ ପରେ ଉଭୟ ପରିବାର ବିବାହ ରଦ୍ଦ କରିବାକୁ ରାଜି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.