କନିଆଁ ବେକରେ ଫୁଲମାଳ ଦେବାକୁ ଷ୍ଟେଜ୍‌​‌ରେ ଚଢ଼ିଲେ ବର ମା’, ପୁଅକୁ ଚପଲରେ ଦେଲେ ଆଶୀର୍ବାଦ

Published By : Prameya-News7 Bureau | July 04, 2021 IST

ଲକ୍ଷ୍ନୌ ୪/୦୭: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। କନିଆଁ ବେକରେ ବରାମାଳା ପିନ୍ଧାଇବାକୁ ଷ୍ଟେଜ୍‌କୁ ଫୁଲମାଳ ଧରି ଚଢ଼ିଗଲେ ବର ମା’। ଷ୍ଟେଜ୍‌ ଉପରକୁ ମା’ ଆସୁଥିବା ଦେଖି ବର ଭୟରେ ଲାଲ ପଡ଼ିଗଲେ। ଏହା ପରେ ବର ମା ପାଦରୁ ଚପଲ ଓହ୍ଲାଇ ବରକୁ ଉତ୍ତମ ମଧ୍ୟମ ଦେଇ ଚାଲିଥିଲେ। ବରକୁ ମା’ ପିଟୁଥିବା ବେଳର ଭିଡିଓ କେହି ଜଣେ ସୁଟ୍‌ କରି ଭାଇରାଲ୍‌ କରିଦେଇଛନ୍ତି।

ବିବାହରେ ବରକୁ ଚପଲରେ ମାଡ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ବର ଏମିତି କଣ ଭୁଲ କଲେ ଯେ ତାଙ୍କ ମା ଚପଲରେ ପଟିଦେଇ ଗଲେ। ମାମଲାଟି ବିହାରର ହୋଇଥିବା ବେଳେ ଏହା ଇଣ୍ଟର କାଷ୍ଟ ମ୍ୟାରେଜ୍‌ ଥିଲା। ହମୀରପୁର ଜିଲ୍ଲା ଭରୁଆ ସୁମେରପୁରରେ ଥିବା ଶିବାନୀ ପ୍ୟାଲେସ୍‌ ପଛ ପଟେ ରହୁଥିବା ଉମେଶଚନନ୍ଦ୍ର ପଡ଼ୋଶୀରେ ରହୁଥିବା ଜଣେ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ। ଏହା ପରେ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। କୋର୍ଟ ମ୍ୟାରେଜ୍‌କୁ ନେଇ ଉମେଶଙ୍କ ମା-ବାପା ଏବଂ ଭାଇ ଖୁସୀ ନଥିଲେ।  

ସେପଟେ ନିଜ ଝିଅର ବିବାହ ଧୁମଧାମରେ କରିବାକୁ ସ୍ଥିର କରିଥିଲେ କନିଆଁ ପିତା। ୩ ଜୁଲାଇରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। ବିବାହ ପାଇଁ ସମସ୍ତ ପରିଜନଙ୍କୁ ନିମନ୍ତ୍ରଣ କାର୍ଡ ମଧ୍ୟ ଦିଆଯାଇଥିଲା। ଯୁବତୀଙ୍କ ବାପା ବିବାହ ପାଇଁ ବରଙ୍କ ବାପା-ମାଙ୍କୁ ନିମନ୍ତ୍ରଣ କରିନଥିଲେ। ବିବାହ ରାତିରେ ଯେତେବେଳେ ବର-କନିଆଁ ବରାମାଳା ପିନ୍ଧାଉଥିଲେ ଠିକ୍‌ ସେତିକି ବେଳେ ବରଙ୍କ ମା’ ମୁହଁରେ କପଡ଼ା ବାନ୍ଧି ପହଞ୍ଚିଯାଇଥିଲେ।

ଫଟୋଗ୍ରାଫରକୁ ଧକ୍କା ମାରି ଷ୍ଟେଜ୍‌ରେ ପହଞ୍ଚିବା ସହ ନିଜ ପୁଅକୁ ଚପଲରେ ସେକି ଦେଇଗଲେ ବର ମା’। କନିଆଁକୁ ବଞ୍ଚାଇବା ସହ ଉମେଶ କୌଣସି ମତେ ନିଜକୁ ସୁରକ୍ଷା ଦେଇଥିଲେ। ପରେ ବର ମା ସମସ୍ତଙ୍କୁ ଗାଳିଗୁଲଜ କରି ସେଠାରୁ ପଳାଇଥିଲେ। ଏହି ଘଟଣା ପରେ ଜଳଦି ବିବାହ କାର୍ଯ୍ୟ ସାରି ବର-ବଧୂଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.