Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବିବାହର କେଇ ଘଣ୍ଟା ପରେ ନବବଧୂକୁ ହତ୍ୟା କଲା ସ୍ୱାମୀ, ନିଜେ ଗଛରେ ଝୁଲି ହାରିଲା ଜୀବନ

13/06/2020 at 10:10 PM

ଚେନ୍ନାଇ, ୧୩|୦୬: ହାତଗଣ୍ଠି ପଡିଲା । ସମସ୍ତ ରୀତିନୀତିରେ ବିବାହ ମଧ୍ୟ ହେଲା । ବିବାହ ବନ୍ଧରେ ବାନ୍ଧି ହେଲେ ନବ ଦମ୍ପତି । କିନ୍ତୁ ବିବାହ ପରେ ନବବଧୂକୁ ହତ୍ୟା କରି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଘଟଣା ତାମିଲନାଡ଼ୁରେ ଚର୍ଚ୍ଚାର ବିଷୟ ପାଲଟିଛି । କଣ ପାଇଁ ଏବଂ କେଉଁ ପରିସ୍ଥିତରେ ଯୁବକ ଜଣଙ୍କ ଏମିତି ଏକ କାଣ୍ଡ ଭିଆଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁସାରେ, ଜଣେ ନବ ବିବାହିତ ଯୁବକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ  ଆତ୍ମହତ୍ୟା କରିଛନ୍ତି । ତିରୁଭଲ୍ଲୁର ଜିଲ୍ଲାର ପାଖରେ ମିଞ୍ଜୁରର ଉତ୍ତରୀ ଉପନଗରୀରେ ଏତ ଗଛରେ ଝୁଲି ଜୀବନ ହାରିଦେଇଛନ୍ତି ନବ ବିବାହିତ ଯୁବକ ଜଣଙ୍କ  ୨୪ ବର୍ଷିୟ ନିଥିଭାସନ ବୋଲି ଚିହ୍ନଟ କରାଯାଇଛି । ତାଙ୍କର ସ୍ତ୍ରୀ ୨୦ ବର୍ଷିୟା  ସନ୍ଧ୍ୟା ।  କରୋନା ଭାଇରସ୍‌ ଲକ୍‌ ଡାଉନ୍‌ ଯୋଗୁଁ ଉଭୟ ବୁଧବାର ଦିନ ସକାଳେ  ବିନା ଆଡ଼ମ୍ୱରରେ ବିବାହ କରିଥିଲେ ।  

ସେହି ଦିନ ରାତିରେ ଦମ୍ପତିଙ୍କ ସଂପର୍କୀୟ  ସନ୍ଧ୍ୟାଙ୍କର ଖୁବ୍‌ ଜୋରରେ ପାଟି ଶୁଣି ସେହି ଘରକୁ  ଦୌଡ଼ିଲେ । ଆଉ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଲେ। ତାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରାଯାଇଥିଲା । ଆଉ ଘଟଣା ସ୍ଥଳରେ ହିଁ ସନ୍ଧ୍ୟା ପ୍ରାଣ ହରାଇଥିଲେ ।ସେପଟେ କିନ୍ତୁ ବର ନିଥିଭାସନଙ୍କର ପତ୍ତା ମିଳିନଥିଲା । ପରେ ତାଙ୍କୁ ପାଖରେ ନିକଟବର୍ତ୍ତି ଏକ ସ୍ଥାନରେ ଗଛରେ ଝୁଲି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା ।

ଉକ୍ତ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଚେନ୍ନାଇ ପୁଲିସ୍‌ ଏହାର ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇନାହିଁ ।

   Related Posts