ବାହାଘର ପରେ ବର କହିଲା , ବଦଳ ହୋଇଯାଇଛି କନ୍ୟା କିନ୍ତୁ ସତଟା କ’ଣ ?

Published By : Prameya-News7 Bureau | February 04, 2020 IST

ଭିଣ୍ଡ ୪/୨: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏକ ବିବାହ ଅନୁଷ୍ଠିତ ହେବା ପରେ ହଠାତ୍ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ବର ପକ୍ଷ ବ୍ୟସ୍ତବିବ୍ରତ ହୋଇ ପୋଲିସ୍ ଷ୍ଟେସନକୁ ଯାଇଥିଲେ। ସେମାନେ କନ୍ୟା ପକ୍ଷ ବିରୋଧରେ ମାମଲା ରୁଜୁ କରିବାକୁ ଯାଇଥିଲେ। ଅଭିଯୋଗ ଥିଲା କନ୍ୟା ବଦଳିବା। ବର ପକ୍ଷଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କର ବିବାହ ଯେଉଁ ଯୁବତୀ ସହ ସ୍ଥିର ହୋଇଥିଲା,ସେହି ଯୁବତୀଙ୍କ ସହ ତାଙ୍କର ବିବାହ ହୋଇନଥିଲା। ଆଉ ଜଣେ ଯୁବତୀଙ୍କୁ ସେହି ସ୍ଥାନରେ ବସାଇ ଦିଆଯାଇଥିଲା।

ଭିଣ୍ଡରେ ଜାନୁୟାରୀ ୧୬ତାରିଖରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ବର ପକ୍ଷ ,କନ୍ୟାପକ୍ଷଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଥିଲେ। ଯେତେବେଳେ କନ୍ୟାପକ୍ଷଙ୍କୁ ଏହା ବିଷୟରେ ପଚରାଯାଇଥିଲା ସେତେବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଥିଲା। କନ୍ୟାପକ୍ଷଙ୍କ କହିବା ଅନୁସାରେ ବିବାହ ସେହି ଯୁବତୀଙ୍କ ସହ ହୋଇଥିଲା। କିନ୍ତୁ ବିବାହ ପାଇଁ ଯୁବତୀ ମେକଅପ୍ କରାଇଥିଲେ। ମେକଅପରେ ତାଙ୍କ ଚେହେରା ବଦଳିଯାଇଥିଲା। ଏଥିପାଇଁ ବର ପକ୍ଷ ତାଙ୍କୁ ଚିହ୍ନି ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.