Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିବାହ ନିମନ୍ତ୍ରଣ ପତ୍ରରେ ବିଜେପି ଚିହ୍ନ ଦେବା ଏବଂ ମୋଦିଙ୍କୁ ଭୋଟ ଦେବା ପାଇଁ ଅପିଲ କରିବା ପଡିଲା ମହଙ୍ଗା: ବରପକ୍ଷଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

17/03/2019 at 1:31 PM

ବାଗେଶ୍ଵର ୧୭/୩ : ଉତ୍ତରାଖଣ୍ଡ ବାଗେଶ୍ଵର ଅନ୍ତର୍ଗତ ଗରୁଡ ଅଂଚଳରେ ଏକ ବିବାହ ନିମନ୍ତ୍ରଣ ପତ୍ରରେ ବିଜେପି ଚିହ୍ନ ଏବଂ ମୋଦିଙ୍କୁ ଭୋଟ ଦେବା ନିବେଦନ ମହଙ୍ଗା ପଡିଲା | ନିର୍ବାଚନ ଆୟୋଗ ଏହାକୁ ଆଦର୍ଶ ଆଚରଣ ବିଧି ଉଲଂଘନ ଦର୍ଶାଇ ବରପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି | ଏନେଇ ନିର୍ବାଚନ ଆୟୋଗ ୧୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ମାଗିଛନ୍ତି | ୨୪ ଘଣ୍ଟା ମଧ୍ୟରେ ଜବାବ ନମିଳିଲେ ଆଦର୍ଶ ଆଚରଣ ବିଧି ଉଲଂଘନ ଏବଂ ପ୍ରତିନିଧିତ୍ବ ଆକ୍ଟରେ ମାମଲା ରୁଜ୍ଜୁ ହୋଇପାରେ |

ସୂଚନାଯୋଗ୍ୟ ଯେ, ଗରୁଡ଼ ସ୍ଥିତ ଯୋଶୀଖୋଲା ଗାଁର ଜଗଦୀଶ ଯୋଶୀ ଏବଂ ବେଡ଼କି ଯୋଶୀଙ୍କ ପୁଅ ଜୀବନଙ୍କ ବିବାହ ଏପ୍ରିଲ ୨୨ ତାରିଖରେ ଅଛି | ପୁଅ ବିବାହ ନିମନ୍ତ୍ରଣ ପତ୍ରରେ ବିଜେପିର ଚିହ୍ନ ଏବଂ ବିଜେପିକୁ ଭୋଟ ଦେବା ପାଇଁ ଅପିଲ କରାଯାଇଥିଲା | ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି, ଉପହାର ନେଇ ଆସିବେନାହିଁ, ବରବଧୂଙ୍କୁ ଆଶୀର୍ବାଦ ଦେବା ପାଇଁ ଏପ୍ରିଲ ୧୧ ତାରିଖରେ ଦେଶ ହିତ ପାଇଁ ମୋଦିଙ୍କୁ ନିଶ୍ଚୟ ଭୋଟ ଦେଇ ଆସିବେ | ଏହାକୁ ନିର୍ବାଚନ ଆୟୋଗ ଆଚରଣ ବିଧି ଉଲଂଘନ କରାଯାଇଥିବା କହିଛନ୍ତି | ସହକାରୀ ରିଟର୍ଣ୍ଣିଙ୍ଗ ଅଫିସର ରାକେଶ ଚନ୍ଦ୍ର ତିୱାରୀ ଜୀବନଙ୍କ ବାପା ମା’ଙ୍କୁ ନୋଟିସ ଜାରି କରି ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନିର୍ଦେଶ ଦେଇଛନ୍ତି | ଦିଆଯାଇଥିବା ସମୟ ସୀମା ମଧ୍ୟରେ ଜବାବ ନଦେଲେ ଲୋକ ପ୍ରତିନିଧିତ୍ବ ଅଧିନିୟମ ଏବଂ ଆଇପିସି ଆକ୍ଟ ଧାରାରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

   Related Posts