ବିବାହ ଉତ୍ସବରେ ଏ କେମିତିକା ଉପହାର, ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ବର
27/11/2020 at 8:27 AM

ନୂଆଦିଲ୍ଲୀ ୨୭।୧୧: ବିବାହ ଉତ୍ସବରେ ଉପହାର ପାଇବାର ଖୁସି ଭିନ୍ନ ହୋଇଥାଏ ।ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓଟି ଏକ ବିବାହ ଉତ୍ସବର ଯେଉଁଠାରେ ବରକୁ ଉପହାରରେ କୌଣସି ଲଫାପା ବା ଜିନିଷ ଦିଆଯାଉନଥିଲା ବରଂ ଅତ୍ୟାଧୁନିକ ଏକେ ୪୭ ରାଇଫଲ ଉପହାର ଭାବେ ଦିଆଯାଉଥିଲା ।

ପ୍ରକୃତରେ ଭିଡିଓଟି ଆଦିଲ ଆସନ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବର-କନ୍ୟା ଷ୍ଟେଜ୍ ଉପରେ ବସିଛନ୍ତି । ଏହି ସମୟରେ ଜଣେ ମହିଳା ଷ୍ଟେଜ୍ ଉପରକୁ ଆସୁଛନ୍ତି । ମହିଳା ଜଣଙ୍କ ବରଙ୍କୁ ଏକ ଏକେ ୪୭ ରାଇଫଲ୍ ଉପହାର ଭାବେ ଦେଉଛନ୍ତି । ଏଭଳି ଉପହାର ଦେଖି ପ୍ରଥମେ ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମାତ୍ର ପରେ ସେ ସେହି ଉପହାରକୁ ନେଇଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଷ୍ଟେଜ୍ ରେ ବସିଥିବା ନବବିବାହିତଙ୍କୁ ଆଶୀର୍ବାଦ ଦେଇଥିଲେ । ଉଭୟଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।

ଏହି ଭିଡିଓଟି ପାକିସ୍ତାନର ବୋଲି ସୂଚନା ମିଳୁଛି । ଅନେକ ସୋସିଆଲ ମିଡିଆ ୟୁଜର ଏହାକୁ ନେଇ କମେଣ୍ଟ କରୁଛନ୍ତି । ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।
ଦେଖନ୍ତୁ ଭିଡିଓ…
Kalashnikov rifle as a wedding present pic.twitter.com/BTTYng5cQL
— Adeel Ahsan (@syedadeelahsan) November 25, 2020