Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଘରୁ ବାହାରି ସାରିଥିଲା ବରଯାତ୍ରୀ : ବର କରୋନା ପଜିଟିଭ, ଅଧା ବାଟରେ ରିପୋର୍ଟ ନେଇ ପହଞ୍ଚିଲେ ଅଧିକାରୀ…

20/06/2020 at 12:51 PM

ଅମେଠି ୨୦/୦୬ : ଉତ୍ତର ପ୍ରଦେଶ ଅମେଠି ଜିଲ୍ଲାରେ କରୋନା ସଂକ୍ରମଣର ଏକ ଅଜବ ମାମଲା ସାମ୍ନାକୁ ଆସିଛି | ବାହାଘର ପାଇଁ ବରଯାତ୍ରୀ ଧରି ବାହାରିଥିବା ବରର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ଘଟଣା ସମ୍ପର୍କରେ ସୂଚନା ପାଇ ପ୍ରଶାସନ ସକ୍ରିୟ ହୋଇଥିଲା | ଅଧା ରାସ୍ତାରେ ବରକୁ ଅଟକାଇ ଦିଆଯାଇଥିଲା | ବରକୁ ମେଡିକାଲ ଟିମ କମରୋଲି ଥାନା ଅନ୍ତର୍ଗତ ରେଲୱେ କ୍ରସିଂ ନିକଟରେ ଅଟକାଇ ଦେଇଥିଲେ | ବର ପିତାଙ୍କ ସମେତ ୧୦ ଜଣଙ୍କୁ ଗୋୖରୀଗଂଜ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା | ଅମେଠି ସିଏମଓ ରାଜେଶ ମୋହନ ଶ୍ରୀବାସ୍ତବ ମାମଲା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି |

ଅମେଠିରେ ଶୁକ୍ରବାର ସନ୍ଧ୍ୟାରେ ଆସିଥିବା ରିପୋର୍ଟରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏଥିରୁ ବରସଣ୍ଡର ୩ ଜଣ ଅଛନ୍ତି | ସମସ୍ତେ ଦିଲ୍ଲୀରୁ ଆସିଥିଲେ | ଶୁକ୍ରବାର ଦିନ ଯେଉଁ ଯୁବକଙ୍କ ବିବାହ ଥିଲା ସେ ମଧ୍ୟ ବରସଣ୍ଡର | ଯୁବକ ୧୬ ତାରିଖରେ ନମୁନା ଯାଞ୍ଚ ପାଇଁ ଦେଇଥିଲେ | ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା | ରିପୋର୍ଟ ଆସିବା ପୂର୍ବରୁ ବର ବରବାଙ୍କି ହାଇଦରଗଡ଼ ପାଇଁ ବାହାରି ଯାଇଥିଲା |

ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀକୁ ଅଟକାଇ ଦେଇଥିଲେ | କିନ୍ତୁ ବର ସମେତ ଆଉ କିଛି ଲୋକ ଆଗକୁ ଚାଲି ଯାଇଥିଲେ | କିନ୍ତୁ ମେଡିକାଲ ଟିମ ବରକୁ ପାଇ ଯାଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ନେଇଯାଇଛନ୍ତି |

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ଶୁକ୍ରବାର ଦିନ ୧୯ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି | ଶୁକ୍ରବାର ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହୋଇଛି | ରାଜ୍ୟରେ ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଶୁକ୍ରବାର ଦିନ ୮୧୭ ନୂଆ ମାମଲା ସାମ୍ନାକୁ ଆସିଛି | ଏହାସହ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୬ ହଜାର ୫୯୪ ରେ ପହଞ୍ଚିଛି | ଉତ୍ତର ପ୍ରଦେଶ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ମୁଖ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି ଯେ ରାଜ୍ୟରେ ୬ ହଜାର ୯୨ ଆକ୍ଟିଭ ମାମଲା ଥିବାବେଳେ ୯ ହଜାର ୯୯୫ ଜଣ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି |

   Related Posts