Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜି, ପ୍ରଶାସନ ଓ ପୋଲିସ ପହଞ୍ଚିବାରୁ ୨୫ହଜାର ତଣ୍ଡ ଗଣିଲେ ବରପକ୍ଷ

12/05/2021 at 3:03 PM

ଚାନ୍ଦବାଲି ୧୨।୫: ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅନ୍ତର୍ଗତ ମତୁ ମହାନ୍ତିସାହିରେ ବରପକ୍ଷ ତରଫରୁ କୋଭିଡ୍-୧୯ କଟକଣାକୁ ଫୁ କରି ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜିର ଆସର ।

ବର୍ତ୍ତମାନ ମହାମାରୀ କରୋନାର ୨ୟ ଲହର କାୟା ବିସ୍ତାର କରିଥିବାରୁ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ୍ ଜାରି କରିଛନ୍ତି । ଏପରିକି ବିବାହ ଉତ୍ସବରେ ମାତ୍ର ୫୦ଜଣ ଲୋକ ସାମିଲ ହୋଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବାର ନିୟମ ରହିଛି । ହେଲେ ମତୁ ମହାନ୍ତିସାହିର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ଘରେ ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜି ।

ଏନେଇ ଖବର ପାଇ ଚାନ୍ଦବାଲି  ତହସିଲଦାର  ଓ ଚାନ୍ଦବାଲି ଥାନା ଅଧିକାରିଣୀ ଭୋଜି ଆସରକୁ ଅଧାରୁ ବନ୍ଦ କରିବା ସହ ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ନାଁରେ ୨୫ ହଜାର ଟଙ୍କା ଜରିମନା ଲଗାଇଛନ୍ତି।

   Related Posts