Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କନିଆଁ ଘରେ ପହଞ୍ଚି ପାରିଲେନି ବରଯାତ୍ରୀ: ମଝି ରାସ୍ତାରେ ବର କରୋନା ପଜିଟିଭ୍‌ ଚିହ୍ନଟ, ମାମଲା ରୁଜୁ କଲା ପୋଲିସ

7/05/2021 at 9:45 PM

ଭୋପାଳ ୭/୫: କୋରାନା ସଂକ୍ରମଣ ମଧ୍ୟରେ ବାହା ଘର ହେଉଛି । କିନ୍ତୁ ଏଥିପାଇଁ ପରିଣାମ ଖୁବ ଭୟଙ୍କର ହେଉଛି। ଏମିତି ଏକ ଘଟଣା ମଧ୍ୟପ୍ରଦେଶ ଧାରରେ ଘଟିଛି। ବରଯାତ୍ରୀ ନେଇ ଯାଉଥିବା ବର ଏବଂ ଡ୍ରାଇଭର ରାସ୍ତା ମଝିରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଜଣାପଡ଼ିବା ପରେ ବରଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହା ପରେ ବର ସହ ପୂରା ବରଯାତ୍ରୀକୁ ମଝି ରାସ୍ତାରେ ଅଟକାଇ ଦେଇଛି ପୋଲିସ।

 ବିବାହ ଉପରେ ରୋକ ଲାଗିଥିବା ବେଳେ ବରଯାତ୍ରୀ ନେଇ ଯାଉଥିବା ଏକ ବରଗାଡ଼ିକୁ ଅଟକାଇଥିଲା ପୋଲିସ। ଏହାପରେ ବରର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିା। ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ଡ୍ରାଇଭରର କରୋନା ଟେଷ୍ଟ କରାଯାଇଥିଲା। ତାଙ୍କ ରିପୋର୍ଟ ବି ପଜିଟିଭ୍‌ ଆସିଥିଲା। ତେବେ ଏହି ମାମଲାରେ ବର ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

ସେପଟେ ମଧ୍ୟପ୍ରଦେଶ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ରାଜସ୍ଥାନରୁ ଆସୁଥିବା ଲୋକଙ୍କୁ ରାଜ୍ୟକୁ ପ୍ରବେଶ ଉପରେ ରୋକ ଲଗାଇଛନ୍ତି। ପୂର୍ବରୁ ଏହି ନିୟମ ୭ ମେ’ ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ଏବେ ୧୫ ମେ’ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି।

   Related Posts