ବିବାହ ପରେ ପତ୍ନୀଙ୍କୁ ଧରି ଫେରୁଥିଲେ ଘରକୁ, ଅଧାବାଟରେ ବର କଲେ ଆତ୍ମହତ୍ୟା

Published By : Prameya-News7 Bureau | February 12, 2020 IST

ମୁରାଦାବାଦ ୧୨।୨: ବିବାହ ପରେ କନ୍ୟାକୁ ନେଇ ଘରକୁ ଫେରୁଥିବା ବର ଅଧା ରାସ୍ତାରେ ଆତ୍ମହତ୍ୟା କରିଛି । ମୁରାଦାବାଦରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯୁବକ ଜଣଙ୍କ ନିଜ ଟାଇରେ ବେକରେ ବାନ୍ଧି ଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ଦିନ ବିବାହ ପରେ ବର କନ୍ୟା ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଛି । ଘରକୁ ଫେରିବା ବାଟରେ ଏକ ଢାବାରେ କାର୍ ଅଟକାଇ ଚା ପିଇଥିଲେ ସମସ୍ତେ । ଢାବାରେ ଖାଇବା ଅର୍ଡର ଦେଇ ଶୌଚ ହେବା ବାହାନାରେ ଯୁବକ ଜଣଙ୍କ ପଳାଇଥିଲେ । ଏହାପରେ ଆଉ ସେ ଫେରିନଥିଲେ । ଘର ଲୋକ ବହୁ ଖୋଜା ଖୋଜି କରିଥିଲେ ତାଙ୍କୁ । ମାତ୍ର ତାଙ୍କୁ ପାଇନଥିଲେ । ତାପର ଦିନ ଅର୍ଥାତ୍ ମଙ୍ଗଳବାର ଦିନ ପୋଲିସ ଉକ୍ତ ଢାବାଠାରୁ ଦୁଇ କିଲୋମିଟର ଦୂରରୁ ଯୁବକଙ୍କ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଷ୍ଟ ମର୍ଟମ ରିପୋର୍ଟରେ ଝୁଲିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ମୃତ ଯୁବକ ଜଣଙ୍କ ହେଉଛନ୍ତି ସୌଦନଗଲି ସ୍ଥିତ କୁଆଣ୍ଡାଲି ଗାଁର ଦୁଶ୍ୟନ୍ତ ଗିରି । ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି । ସେ ମେରଠ ଫଫୁଡା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ସେଲ୍ସମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପରିବାରରେ ତାଙ୍କ ମାଙ୍କ ସହ ଦୁଇ ଭାଇ ଏବଂ ୩ ଭଉଣୀ ମଧ୍ୟ ଅଛନ୍ତି । ଦୁଶ୍ୟନ୍ତ ବରେଲି ନଓ୍ବାବଗଞ୍ଜ ସ୍ଥିତ କୁତକାପୁର ଗାଁର ଓମପ୍ରକାଶ ଗୋସ୍ବାମୀଙ୍କ ବିବାହ କରିଥିଲେ । ଉଭୟ ପ୍ରେମ ବିବାହ କରିଥିଲେ । ସୋମବାର ସକାଳେ ଦୁଶ୍ୟନ୍ତ କୁତକାପୁର ବର ହୋଇ ଯାଇଥିଲେ । ଦ୍ବିପ୍ରହରରେ ବିବାହ ସମ୍ପନ୍ନ ହୋଇଥିଲା । ସଂଧ୍ୟା ବେଳେ ସେ ତାଙ୍କ ନବବିବାହିତା ପତ୍ନୀଙ୍କୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ସହ କାର୍ ରେ ଦୁଶ୍ୟନ୍ତ ଦୁଇ ଭାଇ ଫଟୋଗ୍ରାଫର ଏବଂ ଗାଡି ଚାଳକ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.