Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ନିଆରା ବାହାଘର : ବାଇକ୍‌ରେ ଆସିଲା ବର, ବିବାହ ପରେ ସେହି ବାଇକରେ କନ୍ୟାକୁ ନେଇ ଘରକୁ ଫେରିଲେ

28/04/2020 at 3:46 PM

ସିକର ୨୮/୦୪ : କରୋନା ଭାଇରସ ଜଗବ ସାରା ଦେଶରେ ଲକଡାଉନ ଜାରି ରହିଥିବା ସମୟରେ ରାଜସ୍ତାନ ସିକରରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି | ଲକଡାଉନ ଯୋଗୁଁ ଅନେକଙ୍କ ବିବାହ ସ୍ଥଗିତ ରହିଥିବାବେଳେ କିଛି ଦମ୍ପତ୍ତି ଭିଡିଓ କନଫରେନସିଂ ଜରିଆରେ ବିବାହ କରୁଛନ୍ତି ତ କିଛି ୫-୭ ଜଣଙ୍କ ଉପସ୍ଥିତିରେ ସାଧାରଣ ଭାବେ ବିବାହ କରୁଛନ୍ତି | ଆବଶ୍ୟକ ସ୍ଥଳେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିଛି ବିବାହ ସମ୍ପନ୍ନ କରାଯାଉଛି | ରାଜସ୍ତାନ ସିକରରେ ଅନୁଷ୍ଠିତ ହୋଇଥବା ଏହି ବିବାହରେ ସାମାଜିକ ଦୂରତା ନିୟମ ପାଳନ କରାଯାଇଥିଲା | ବିବାହରେ ନା ଥିଲା ବ୍ୟାଣ୍ଡ ବାଜା ନା ବରଯାତ୍ରୀ | ବର ବାଇକ ନେଇ ୪ ଜଣ ବରଯାତ୍ରୀଙ୍କ ସହ କନ୍ୟା ଘରେ ପହଞ୍ଚିଥିଲେ | ବିବାହ ପରେ ନିଜ କନ୍ୟାକୁ ନେଇ ବର ନିଜ ଘରକୁ ଫେରିଥିଲେ |

ସିକର ଶିଖପୁରା ଅଞ୍ଚଳର କମଲ ଶର୍ମାଙ୍କ ବିବାହ ମେଘାଙ୍କ ସହ ଠିକ ହୋଇଥିଲା | ମେଘାଙ୍କ ଘର ମଧ୍ୟ ସିକରରେ | ବିବାହ ୨ ମାସ ପୂର୍ବରୁ ଠିକ ହୋଇଥିଲା | କିନ୍ତୁ ଲକଡାଉନ ଯୋଗୁଁ ଏମାନେ ବରଯାତ୍ରୀ ନ ନେଇ ଧୂମଧାମରେ ବାହାଘର ନ କରି ମାତ୍ର ୪ଜଣ ବରଯାତ୍ରୀ ନେଇ ବିବାହ କରିଥିଲେ | ସୋମବାର ସନ୍ଧ୍ୟାରେ ବର ନିଜ ବୁଲେଟ ଧରି କନ୍ୟା ଘରେ ପହଞ୍ଚିଥିଲେ | ବର ବୁଲେଟରେ ଆସିଥିବା ଦେଖି ଲୋକେ ବହୁତ ପ୍ରଶଂସା କରିଥିଲେ | ବିବାହ ସାରି ମଙ୍ଗଳବାର ସକାଳୁ କମଲ ମେଘାଙ୍କୁ ନେଇ ନିଜ ଘରେ ପହଞ୍ଚିଥିଲେ |

କମଲ କହିଛନ୍ତି କରୋନା ପାଇଁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି | ତେବେ ଏହିଭଳି ବିବାହ କରିଥିବା ଯୋଗୁଁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି | ଅତି ସାଧାରଣ ଭାବେ ଅନୁଷ୍ଠିତ ହୋଇଥିବା ଏହି ବିବାହରେ ଖର୍ଚ୍ଚ ମଧ୍ୟ ହୋଇନଥିଲା | ଏହିଭଳି ଏକ ବିବାହ କରି କମଲ ସମାଜକୁ ଏକ ସନ୍ଦେଶ ମଧ୍ୟ ଦେଇଛନ୍ତି ଯେ ବିବାହରେ ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ |

ଅତି ସାଧାରଣ ଓ ନିଆରା ଢଙ୍ଗରେ ସମ୍ପନ୍ନ ହୋଇଥିବା ବିବାହକୁ ନେଇ ମେଘା ମଧ୍ୟ ଅତ୍ୟନ୍ତ ଖୁସି | ବିବାହ ପରେ ସେ କମଲଙ୍କ ସହ ବୁଲେଟରେ ନିଜ ଶାଶୁଘରକୁ ଯାଇଥିଲେ | ସେ କହିଛନ୍ତି ବୁଲେଟରେ ନିଜ ଶାଶୁଘରକୁ ଆସିବାରେ ତାଙ୍କୁ ଯେତିକି ଖୁସି ଅନୁଭୂତ ହେଉଛି ସେତିକି କାରରେ ବିଦା ହୋଇ ଆସିଥିଲେ ହୋଇନଥାନ୍ତା | ମେଘା ମଧ୍ୟ ବିବାହ ସମୟରେ ସମସ୍ତଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ଅପିଲ କରିଥିଲେ |

ବିବାହ ସମୟରେ ବର କନ୍ୟାଙ୍କ ସହ ପଣ୍ଡିତ ମଧ୍ୟ ମାସ୍କ ପିନ୍ଧିଥିଲା | ବର କନ୍ୟାଙ୍କ ମାତା ପିତା ମଧ୍ୟ ମାସ୍କ ପିନ୍ଧିଥିଲେ | ମାସ୍କ ପିନ୍ଧି ସମସ୍ତେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ କରିଥିଲେ | କେବଳ ସେତିକି ନୁହେଁ କନ୍ୟାଦାନ ସମୟରେ ମେଘାଙ୍କ ପିତା ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ଉପହାର ଦେଇଥିଲେ |

   Related Posts