କଳିଯୁଗର ସ୍ୱୟମ୍ୱର : କରୋନା କାଳରେ ଧନୂଷ ଭାଙ୍ଗି କନ୍ୟା ବେକରେ ବରମାଳା ପିନ୍ଧାଇଲା ବର

Published By : Prameya-News7 Bureau | June 28, 2021 IST

ବିହାର ୨୮/୬ : ତ୍ରେତାଯୁଗରେ ଭଗବାନ ରାମଙ୍କ ସ୍ୱୟମ୍ୱର ବିଷୟରେ ସମସ୍ତ ଜାଣିଥିବେ । କିନ୍ତୁ କଳିଯୁଗରେ ପୁଣିଥରେ ସେ ଘଟମାର ପୁନରାବୃତ୍ତି ହୋଇଛି । ବିହାରରେ ସାରଣ ଜିଲ୍ଲାରେ ନିକଟରେ ଏକ ସ୍ୱୟମ୍ୱରର ଆୟୋଜନ କରାଯାଇଥିଲା । ଯେଉଁଥିରେ ବର ଧନୂଷ ଭାଙ୍ଗି କନ୍ୟା ବେକରେ ପିନ୍ଧାଇଥିଲା ବରମାଳା । ଏଭଳି ନିଆରା ବିବାହ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:gallery {"ids":[472505],"linkTo":"none"} /wp:gallery

ସୂଚନା ଥାଉକି, ସାରଣ ଜିଲ୍ଲାର ସୋନପୁର ପ୍ରଖଣ୍ଡ ସବଲପୁର ପୂର୍ବ କ୍ଷେତ୍ରରେ ବିବାହ ଉତ୍ସବରେ ତ୍ରେତାଯୁଗରେ ଯେଉଁଭଳି ଭଗବାନ ଶ୍ରୀରାମ ଧନୂଷ ଭାଙ୍ଗି ମାତା ସୀତାଙ୍କୁ ବିବାହ କରିଥିଲେ, ସେହିଭଳି ଏଠାରେ ମଧ୍ୟ ଧନୂଷ ସ୍ୱୟମ୍ୱରର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଏତିକି ତଫାତ ଥିଲା ଏହା ଆଧୂନିକ ଢାଞ୍ଚାରେ କରାଯାଇଥିଲା ବିବାହ ।

wp:gallery {"ids":[472506],"linkTo":"none"} /wp:gallery

ମଞ୍ଚ ଉପରେ ପଣ୍ଡିତ ମନ୍ତ୍ରୋଚ୍ଚାରଣ କରିଥିଲେ । ପରେ ବର ହାତଯୋଡି ଶିବ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ଧନୂଷ ଭାଙ୍ଗିଥିଲେ । ଯାହାକୁ ଦେଖି ଦେଖଣାହାରୀ ତାଳି ମାରି ଉତ୍ସାହିତ କରିଥିଲେ। ଏପରିକି ଫୁଲବର୍ଷା ବି କରାଯାଇଥିଲା । ପରେ ମଣ୍ଡପ ଉପରକୁ କନ୍ୟା ଆସିବା ପରେ ଯଥାରୀତି ଅନୁଯାୟୀ ବିବାହ କାର୍ଯ୍ୟ କରାଯଇଥିଲା ।

ତେବେ ଆହୁରି ମଧ୍ୟ କରୋନା କାଳରେ ଏଭଳି ବିବାହ ସମାରୋହ କରିବା ସହ କୋଭିଡ ଗାଇଡଲାଇନ ପାଳନ କରାଯାଇନଥିଲା । ନା ଥିଲା ସାମାଜିକ ଦୂରତା ନାଁ ଥିଲା କାହାରି ମୁହଁରେ ମାସ୍କ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.