ଶିଶୁପାଳ ହେଲେ ବର, ମନ୍ଦିରରେ ସରିଥିଲା ବାହାଘର… ମୁକୁଟ ଓହ୍ଲାଇ ବର ଗଲା ଜେଲ୍‌

Published By : Prameya-News7 Bureau | December 11, 2020 IST

କଟକ ୧୧।୧୨: ଶିଶୁପାଳ ହେଲେ ବର। ବାହା ବେଦୀରେ ସରିଯାଇଥିଲା ବାହାଘର। ହେଲେ ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ପୋଲିସ ମାମୁ ଘରକୁ ଗଲେ ଚୋରାରେ ବାହା ହେଉଥିବା ବର। ସ୍ୱାମୀ ଦ୍ଵିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ କଟକ ମଧୂପାଟଣା ଥାନା ପୋଲିସକୁ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ସାର୍ତ୍ତଳ ଚଣ୍ଡୀ ମନ୍ଦିରକୁ। ପୋଲିସ୍ ପଚରାଉଚରା ପରେ ବର ମାନି ଯାଇଥିଲେ ସବୁ ସତ କଥା। ବାହାଘର ସମୟରେ ମନ୍ଦିର ପରିସରରେ କମ୍ ସଂଖ୍ୟକ ବନ୍ଧୁପରିଜଜନଙ୍କୁ ଦେଖିବାକୁ ମିଳିଥିଲା। ଜଣା ପଡୁଥିଲା ଏଠାରେ ସତେ ଯେମିତି କୌଣସି ଏକ ପୂଜା ହେଉଥିଲା। ହେଲେ ବର ଦ୍ଵିତୀୟ ବିବାହ କରୁଥିଲା ବୋଲି କେହି ଟେର୍ ବି ପାଇ ନ ଥିଲେ। ଆଉ ନିଜ ସ୍ତ୍ରୀ ବୋଲି ସ୍ୱକାର କରିଥିଲେ। ପରେ ବରକୁ ପୋଲିସ୍ ଥାନାକୁ ନେଇ ଯାଇଥିଲା। ତାଙ୍କୁ ଅସୁବିଧା ହେଉଥିବାରୁ ସେ ଦ୍ଵିତୀୟ ବିବାହ କରିଲେ ବୋଲି କହିଛନ୍ତି ବର ପ୍ରକାଶ ସାମଲ।

{"id":376179,"sizeSlug":"large","linkDestination":"none"}

କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଚକରପୁର ଗ୍ରାମର କୁଳମଣି ସାମଲଙ୍କ ପୁଅ ପ୍ରକାଶ ସାମଲ  ୨୦୦୭ ରେ ବୈଦିକ ରୀତିନୀତିରେ ସେହି ଗ୍ରାମର ଜୟନ୍ତୀ ସାମଲଙ୍କୁ ପ୍ରେମବିବାହ କରିଥିଲେ। ବାହାଘରର ୧୨ ବର୍ଷ ପରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ସବୁ ଠିକଠାକ୍ ଚାଲିଥିଲାବେଳେ ବେଳେବେଳେ ଉଭୟଙ୍କ ମଧ୍ୟରେ କଳିକଜିଆ ହୋଇଥିଲା। ବାରମ୍ବାର ସମାଧାନର ବାଟ କାଢିଵାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇପାରୁ ନ ଥିଲା। ଶେଷରେ ତାଙ୍କୁ କଟକ ସଦର ଥାନା ଉଷୁମାଠାରେ ଘରଭଡା ନେଇ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ କିଛି ଟଙ୍କା ଧାର୍ ସୁତ୍ରରେ ନେଇ ଏକ ହୋଟେଲ୍ କରିଥିଲେ। ହେଲେ ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ବରର ଦ୍ଵିତୀୟ ପତ୍ନୀ। ତେବେ ଘଟଣା ସ୍ଥଳରେ ପୋଲିସ୍ ଆଗରେ ନିଜ ସ୍ୱାମୀ ର କାରନାମା ବିଷୟରେ ସବୁ ବଖାଣିଥିଲେ ପ୍ରଥମ ପତ୍ନୀ।

{"id":376180,"sizeSlug":"large","linkDestination":"none"}

ତଦନ୍ତ ଆଗକୁ ଗଲେ ଜଣାପଡିବ କାହାର କେତେ ଭୁଲ । ହେଲେ ଦୁଇଟି ଝିଅଙ୍କ ଜୀବନ ସହିତ ଖେଳ ଖେଳୁଥିବା ପ୍ରକାଶକୁ ଦଫା କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.