ପରମ୍ପରାକୁ ଉଜ୍ଜୀବିତ କଲା ଏହି ନିଆରା ବିବାହ : ବରଠୁ ନେଇ ବରଯାତ୍ରୀ ସମସ୍ତେ ଆସିଲେ ବଳଦଗାଡିରେ, ଡିଜେ ବଦଳରେ ଦେଖିବାକୁ ମିଳିଲା ଲୋକନୃତ୍ୟର ଝଲକ

Published By : Prameya-News7 Bureau | June 21, 2021 IST

ଦେବରିଆ ୨୧।୬: ଉତ୍ତରପ୍ରଦେଶ ଦେବରିଆ ଜିଲ୍ଲାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବ ପୁରୁଣା ପରମ୍ପରାକୁ ମନେପକାଇ ଦେଇଛି । ଏହି ବିବାହ ଉତ୍ସବରେ ବରଯାତ୍ରୀ କୌଣସି ଲକଜୁରୀ କାର୍ କିମ୍ବା ଘୋଡାରେ ନୁହଁ ବରଂ ବଳଦ ଗାଡିରେ ଯାଇଥିଲେ । ଏହି ବରଯାତ୍ରୀଙ୍କୁ ନଦେଖିବା ଲୋକେ ମଧ୍ୟ ଦେଖିଥିଲେ । ସୋସିଆଲ ମିଡିଆରେ ଏହି ବଳଦଗାଡିରେ ଯାଇଥିବା ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଏହି ଗରଯାତ୍ରୀ ଦେବରିଆ ଜିଲ୍ଲାରେ କୁଶହରୀ ଗାଁରୁ ପକଡି ବଜାରକୁ ଯାଉଥିଲେ । ଏହି ସ୍ଥାନର ଦୂରତା ୩୫ କିଲୋମିଟର ଥିଲା । ବର୍ଷା ସମୟରେ ମଧ୍ୟ ଏହି ବରଯାତ୍ରୀଙ୍କୁ ଦେଖିବା ପାଇଁ ଲୋକମାନେ ଘରୁ ବାହାରକୁ ଆସୁଥିଲେ । ବର ଏବଂ ବରଯାତ୍ରୀମାନେ ସମସ୍ତେ ବଳଦଗାଡିରେ ଯାଉଥିବା ଦେଖିବାକୁ ମିଳିଥିଲା । ବରଯାତ୍ରୀରେ ଡିଜେ ବଦଳରେ ଲୋକମାନେ ଲୋକନୃତ୍ୟରେ ନାଚୁଥିବା ଦେଖିବାକୁ ମିଳିଥିଲା । ଏହି ବରଯାତ୍ରୀର ଭିଡିଓ ଲୋକେ ନିଜ କ୍ୟାମେରାରେ କଏଦ କରୁଥିବା ଦେଖିବାକୁ ମିଳିଥିଲା ।

ବର ଛୋଟେଲାଲ ପାଲ୍‌ଙ୍କ କହିବା ଅନୁସାରେ, ସେ ପୂର୍ବରୁ ଚିନ୍ତା କରିଥିଲେ ଯେ ଯେତେବେଳେ ତାଙ୍କର ବିବାହ ହେବ ବଦଳଗାଡିରେ ହିଁ ବରଯାତ୍ରୀ ନେଇ ଯିବେ । କାରଣ ପୁରୁଣା ପରମ୍ପରାକୁ ବର୍ତ୍ତମାନ ସମାଜର ଲୋକ ଦେଖି ଏବଂ ବୁଝି ପାରିବେ । ଲକଜୁରୀ ଗାଡି ଯୋଗୁଁ ଏହି ପରମ୍ପରା ଲୋକ ପାଇବାକୁ ବସିଲାଣି । ମୁଁ ଲୋକଙ୍କୁ ପୁରୁଣା ପରମ୍ପରା ବିଷୟରେ ମଧ୍ୟ କହୁଛି । ଛୋଟେ ଲାଲ ମୁମ୍ବାଇରେ ଶୁଟିଂ ଟିମ୍ ରେ କାମ କରୁଛନ୍ତି । ଡଜନେ ବଳଦ ଗାଡି ନିୟୋଜିତ ହୋଇଥିଲେ । ବର୍ଷାରୁ ରକ୍ଷା ପାଇବା ପାଇଁ ପ୍ଲାଷ୍ଟିକ୍ ଦ୍ବାରା ଆଚ୍ଛାଦିତ ହୋଇଥିଲା । ବରଯାତ୍ରୀମାନେ କହିଥିଲେ ଏହା ଆମର ପୁରୁଣା ପରମ୍ପରା । ଅନ୍ୟପଟେ ତୈଳ ଦର ଆକାଶଛୁଆଁ ହେଲାଣି । ଏଥିପାଇଁ ଦରଦାମ୍ ବୃଦ୍ଧି ନେଇ ଆମେ ସନ୍ଦେସ ଦେଇଛୁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.