ବାହାଘର ଦିନେ ପୂର୍ବରୁ ବର ଏମିତି କଣ କଲା ଯେ କନ୍ୟାର ପାଲିଙ୍କି ପହଁଚିଲା ଆଉ କୋଉଠି, ଜାଣନ୍ତୁ

Published By : Prameya-News7 Bureau | December 25, 2018 IST

ହିସାର ୨୫/୧୨ : ବିବାହ ଠିକ ହୋଇଯାଇଥିଲା | ବିବାହ ପାଇଁ ତାରିଖ ମଧ୍ୟ ଘୋଷଣା ହୋଇଯାଇଥିଲା | ବର ପକ୍ଷ ବରଯାତ୍ରୀ ନେଇକି ଯିବାପାଇଁ ପ୍ରସ୍ତୁତ ହେବାବେଳେ କନ୍ୟା ପକ୍ଷ ଝିଅ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ | ବିବାହର ଗୋଟିଏ ଦିନ ପୂର୍ବରୁ ଜଣେ ଯୁବକକୁ ଗାଁର କିଛି ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ | ଯେଉଁ ଯୁବକର ବାହାଘର ହେବାକୁ ଥିଲା ସେହି ଯୁବକ ଆକ୍ରମଣ କରାଇଥିବା ଜଣାପଡିଥିଲା | ଏହା ଜାଣିବାପରେ ଝିଅ ଘରଲୋକେ ବିହାଘର ଭାଙ୍ଗିଦେଇଥିଲେ | ଝିଅ ଘରଲୋକେ ସଂଗେ ସଂଗେ ଅନ୍ୟ ଏକ ଗାଁରେ ଝିଅର ବାହାଘର ବାହାଘର ଠିକ କରିଦେଲେ | ପରଦିନ ସକାଳୁ ଯେମିତି ସବୁ ହେବ କଥା ହେଲା | ପୁଅ ଘରଲୋକେ ବରଯାତ୍ରୀ ନେଇ ଆସିଲେ | ବାହାଘର ହେଲା, ଝିଅ ବିଦା ହେଲା |


ଘଟଣା ଏହିଭଳି :
ଉକଲାନା ଅଂଚଳରେ ଜଣେ ଯୁବତୀଙ୍କ ବାହାଘର ଅନ୍ୟ ଏକ ଜିଲ୍ଲାର ଜଣେ ଯୁବକଙ୍କ ସହ ଠିକ ହୋଇଥିଲା | ଗତକାଲି ଅର୍ଥାତ ସୋମବାର ଦିନ ଥିଲା ବାହାଘର | ରବିବାର ଦିନ ସନ୍ଧ୍ୟାରେ ସେହି ଗାଁର ଜଣେ ଯୁବକ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା | ଯୁବକଙ୍କୁ ନିଶାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯୁବକ ଜଣକ ନିଜ ବୟାନରେ କହିଥିଲେ ଯେ, ଯେଉଁ ଯୁବକର ବାହାଘର ଅଛି ସେ ହିଁ ତାଙ୍କ ଉପରେ ଆକ୍ରମଣ କରିଥିଲେ | ଏହା ଶୁଣି ପରିବାର ଲୋକେ ରାଗି ଯାଇଥିଲେ | ଏମିତି ଜଣେ ଯୁବକ ସହ ସେମାନେ ନିଜ ଝିଅ ବାହା ଦେବେନାହିଁ ବୋଲି ନିଷ୍ପତ୍ତି ନେଲେ | ଏମିତି ଯୁବକ ସହ ନିଜ ଝିଅକୁ ବାହାଦେଲେ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଭାବି ବାହାଘର ଭାଙ୍ଗି ଦେଇଥିଲେ ଝିଅ ପକ୍ଷ |


ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ମଧ୍ୟ ସ୍ଥିତି ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲା | ପୋଲିସ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଗାଁରେ ପୋଲିସ ମୃତୟନ କରିଥିଲା |ଏହାପରେ ଝିଅର ଜଣେ ସମ୍ପର୍କୀୟଙ୍କ ସହ ବାହାଘର ଠିକ କରାଗଲା | ସୋମବାର ଦିନ, ଅର୍ଥାତ ପୂର୍ବରୁ ଯେଉଁ ତିଥିରେ ବାହାଘର ଠିକ ହୋଇଥିଲା ସେହି ତିଥିରେ ହିଁ ବାହାଘର ହେଲା | ବାହାଘର ତାରିଖ ବଦଳିନଥିଲା | ବଦଳିଥିଲା କେବଳ ବର |


ଏହା ଶୁଣି ପୂର୍ବରୁ ଠିକ ହୋଇଥିବା ବର ପକ୍ଷ ରାଗିଯାଇ ଗାଁ ଭିତରକୁ ବରକୁ ଯିବାକୁ ଦେଲେନାହିଁ | ଗାଁ ରାସ୍ତା ସିଲ କରି ସମସ୍ତ ବର ପକ୍ଷ ରାସ୍ତାରେ ଜଗି ରହିଲେ | ପୋଲିସ ଆସି ସମସ୍ତଙ୍କୁ ରାସ୍ତାରୁ ହଟାଇ ବରଯାତ୍ରୀ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.