କୋଭିଡ୍ କଟକଣାକୁ ଫୁ : ଧୁମଧାମ୍‌ରେ ଡିଜେ ବଜାଇ ହେଲା ବାହାହେଲେ, ବାପା-ଭାଇ ସହ ବରକୁ ବାନ୍ଧିନେଲା ପୋଲିସ

Published By : Prameya-News7 Bureau | May 22, 2021 IST

ସାନଖେମୁଣ୍ଡି ୨୨।୫: ବାହାଘରରେ ଡିଜେ ବଜାଇ ଗାଁ ଦାଣ୍ଡରେ ଡ୍ୟାନ୍ସ କରି ବୁଲିବା ପଡିଲା ମହଙ୍ଗା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିଂଜିଳି ଥାନା ଗୋଦାରା ପଲ୍ଲୀ ଗାଁରେ । କୋଭିଡ୍ ଗାଇଡ଼ ଲାଇନକୁ ଉଲଘଂନ କରି ଗାଁ ଦାଣ୍ଡରେ ଡିଜେ ବଜାଇ ଡ୍ୟାନ୍ସ କରିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ପରେ ବର ଏବଂ ବର ବାପା-ଭାଇଙ୍କୁ ଉଠାଇନେଲା ହିଂଜିଳି ପୋଲିସ । ଶୁକ୍ରବାର ରାତି ସମୟରେ ବାହାଘର ଭୋଜି ଭାତ ପଟୁଆର ଚାଲିଥିବା ବେଳେ ଶନିବାର ସକାଳୁ ପୋଲିସ ୩ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

{"id":455647,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଦିନକୁ ଦିନ କୋଭିଡ୍ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଅବଧି ଜୁନ୍ ୧ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରିବାକୁ ନିର୍ଦ୍ଦେଶ ରହିଛି । ଏହାସହ ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ବାହାଘର  ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ସବୁଠୁ ବଡ଼ କଥା ହେଲା ବାହାଘର ସମୟରେ ଭୋଜି ସମ୍ପୂର୍ଣ୍ଣ ବନ୍ଦ ଓ ଅତିଥିଙ୍କୁ ଘରେ ପୁରାଇ ଗହଳି ଚହଳି ନକରିବା ପାଇଁ କୁହାଯାଇଛି । କେବଳ ପାର୍ସଲ ଦେବାକୁ କୁହାଯାଇଛି ।ତଥାପି ସୁଧୁରୁ ନାହଁନ୍ତି ଅମାନିଆ ।ଖୋଲା ଖୋଲି କୋଭିଡ୍ ଆଇନ ଉଲଘଂନ କରୁଛନ୍ତି । ଏଭଳି ଏକ ଘଟଣା ହିଂଜିଳି ଥାନା ଗୋଦାରାପଲ୍ଲୀ ଗାଁ ରେ ଦେଖିବାକୁ ମିଳିଛି ।

{"id":455648,"sizeSlug":"large","linkDestination":"none"}

ଗାଁ ର କେ.ରାମମୃତ୍ତିଙ୍କ ପୁଅଙ୍କର ଶୁକ୍ରବାର ରାତିରେ ବାହାଘର ଧୁମଧାମ ଚାଲିଥିବା ବେଳେ ଡିଜେ ବଜାଇ ଗାଁ ଦାଣ୍ଡରେ ବୁଲୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।ତେବେ ପ୍ରଶ୍ନ ଉଠୁଛି କିଭଳି ପୋଲିସ ପ୍ରଶାସନ ରାତି ସମୟରେ ବାହାଘର ବରଯାତ୍ରୀ ଖବର ଜାଣିପାରିଲେ ନାହିଁ । କାହିଁକି ଚଢ଼ାଉ କରି ପାରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଖବର ପାଇ ଶନିବାର ସକାଳୁ ହିଂଜିଲିଳି ଆଇଆଇସି, ବିଡ଼ିଓ, ତହସିଲଦାର ସେହି ଗାଁରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତିନି ଜଣଙ୍କୁ ଅର୍ଥାତ୍ ବର, ବର ବାପା, ବର ଭାଇକୁ ଉଠାଇ ଆଣିଥିବା ସୂଚନା ମିଳିଛି ।ଏହା ସହିତ ହିଂଜିଳି ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି ବରଯାତ୍ରୀ ବୁଲୁଥିବା ସମସ୍ତ ଅତିଥିଙ୍କର କୋଭିଡ୍ ଟେଷ୍ଟ କରାଯିବ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.