Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

କଟକଣା ନ ମାନି ବିବାହ ଭୋଜିରେ ୫୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ, ଏବେ ବର ଓ କନ୍ୟାଙ୍କ ସମେତ ୪୩ କରୋନା ପଜିଟିଭ୍

26/07/2020 at 10:13 PM

କସାରଗୋଡ, ୨୬।୦୭: କେରଳର କସାରଗୋଡ ଜିଲ୍ଲାର ଚେଙ୍ଗାଲା ପଞ୍ଚାୟତରେ ଏକ ବିବାହ ଭୋଜିରେ ଯୋଗ ଦେଇଥିବା ୪୩ ଜଣ ଅତିଥି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ଭୋଜିରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏପରିକି ନବବଧୂ ଓ ବରଙ୍କ ମଧ୍ୟ କରୋନା ଟେଷ୍ଟ ପଜିଟିଭ୍ ଆସିଛି ।

ଜିଲ୍ଲାପାଳ ସଜିତ ବାବୁଙ୍କ କହିବାନୁସାରେ, ଗତ ୨୭ ତାରିଖରେ ଚେଙ୍ଗାଲା ପଞ୍ଚାୟତରେ ଏହି ବିବାହ ଭୋଜି ଆୟୋଜିତ ହୋଇଥିଲା । ବିବାହର କିଛି ଦିନ ପରେ ବର ଓ କନ୍ୟା ଉଭୟ କରୋନେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଭୋଜିରେ ୫୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟରେ ୪୧ଜଣଙ୍କ କରୋନା ପଜିଟିଭ୍ ଆସିଥିଲା ।

ତେବେ କେଉଁ କାରଣରୁ ସଂକ୍ରମଣ ବ୍ୟାପିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ କୌଣସି ସଂକ୍ରମିତ ପରିବାର ବିବାହରେ ଯୋଗ ଦେବା ପରେ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି । ପ୍ରାୟ ୪୩ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟାମନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଖିଲାପ କରିବା ଅଭିଯୋଗରେ ବର ପକ୍ଷଙ୍କ ଉପରେ ୧୦ ହଜାର ଟଙ୍କା ଫାଇନ୍  ଲଗାଯାଇଛି । ଏହାସହ ଲୋକଙ୍କୁ କୌଣସି ଜନଗହଳି ସ୍ଥାନରେ ଯୋଗ ନଦେବାକୁ ପରାମର୍ଶ ଦିଆଯାଇଛି ।

   Related Posts