ତେଜରାତି ଓ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଦୋକାନ ଉପରେ ନାହିଁ କଟକଣା : ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

Published By : Prameya-News7 Bureau | March 17, 2020 IST

ଭୁବନେଶ୍ବର ।୩: ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଦୋକାନରେ ଅଯଥା ଭିଡ ଜମାନ୍ତୁ ନାହିଁ । ତେଜରାତି ଦୋକାନ, ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଦୋକାନ ଆଦି ଉପରେ କଟକଣା କରାଯାଇନାହିଁ । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।

ତେବେ ଆଇଟି କମ୍ପାନୀମାନଙ୍କୁ ଆଡଭାଇଜରି ଜାରି କରାଯାଇଛି । ଆସନ୍ତା ୧୪ ଦିନ ଯାଏଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ କାମ କରି ନପାରିଲେ ଛୁଟିରେ ଯିବାକୁ କୁହାଯାଇଛି । ବିଦେଶରୁ ଆସିଥିବା ପରିବାର ଲୋକଙ୍କ ବାବଦରେ ଜଣାଇବାକୁ କୁହାଯାଇଛି ।

ବଡ କମ୍ପାନୀମାନେ ନନ୍ କଣ୍ଟାକ୍ଟ ଥର୍ମୋମିଟର ବ୍ୟବହାର କରିବା ପାଇଁ କୁହାଯାଇଛି । ଖିଲାପ କଲେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ସେହିପରି ସମସ୍ତ ଥାନାରେ ସ୍ବଚ୍ଛତା ପାଇଁ ସାନିଟାଇଜର ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.