କଟକ ବ୍ରଜବିହାରପୁରଠାରେ ଲୋକାର୍ପିତ ହୋଇଛି ଗ୍ରିଡ୍ ସବଷ୍ଟେସନ: ସହରବାସୀଙ୍କୁ ଯୋଗାଇବ ୬୫ ରୁ ୭୦ ମେଗାଓ୍ବାଟର ବିଜୁଳି

Published By : Prameya-News7 Bureau | October 31, 2020 IST

କଟକ ୩୧/୧୦ :  କଟକ ସହର ପାଇଁ ଅତିରିକ୍ତ ବିଦ୍ୟୁତ ଯୋଗାଣ ଲାଗି ବ୍ୟବସ୍ଥା କରିଛି ଶକ୍ତି ବିଭାଗ । ଲୋ ଭୋଲଟେଜ୍‌ ସମସ୍ୟାର ସମାଧାନ ସହିତ କଟକ ବାସୀଙ୍କୁ ନିରବଛିନ୍ନ ବିଦ୍ୟୁତ ସେବା ଦେବାଲାଗି ଆଜି ବ୍ରଜବିହାରୀ ପୁର ଠାରେ ଲୋକାର୍ପିତ ହୋଇଛି ୭୦ ମେଗାଓ୍ବାଟର ନୂଆ ଗ୍ରିଡ ଷ୍ଟେସନ । ଯାହା ପଶ୍ଚିମାଞ୍ଚଳ କଟକ ସହର ପାଇଁ ବେଶ ଉପାଦେୟ ହେବ ବୋଲି ଆଶା କରଯାଉଛି ।

{"id":353995,"sizeSlug":"large"}

ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଶକ୍ତିର ଟ୍ରାନ୍ସମିସନ ହେଉଛି । କିନ୍ତୁ ବିଭିନ୍ନ ବୈଷୟିକ ତ୍ରୁଟି କାରଣରୁ ଅନେକ ସମୟରେ ବିଦ୍ୟୁତ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି କହିଛନ୍ତି ଶକ୍ତି ବିଭାଗ ସଚିବ । ତେବେ ସହରାଞ୍ଚଳ ମାନଙ୍କରେ ଅଧିକ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ସ୍କିପ୍ସ ପ୍ରୋଜେକ୍ଟ ଜରିଆରେ ୧୧ ଟି ନୂଆ ପ୍ରକଳ୍ପ କରିଛନ୍ତି । ଶନିବାର କଟକ ବ୍ରଜବିହାରପୁରଠାରେ ଲୋକାର୍ପିତ ହୋଇଛି ଗୋଟିଏ ଗ୍ରିଡ୍ ସବଷ୍ଟେସନ । ଏହି ନୂଆ ଗ୍ରିଡ ଷ୍ଟେସନ ଆଗକୁ ସହରବାସୀଙ୍କୁ ୬୫ ରୁ ୭୦ ମେଗାଓ୍ବାଟର ବିଜୁଳି ଯୋଗାଇବ ।

{"id":353996,"sizeSlug":"large"}

କଟକ ସହର ପାଇଁ ଦୈନିକ ୧୨୦ ରୁ ୧୩୦ ମେଗାଓ୍ବାଟର ବିଜୁଳି ଆବଶ୍ୟକ ହେଉଛି । ଯଦିଓ ବିଡାନାଶୀ ଭଳି ବିଭିନ୍ନ ସ୍ଥାନରେ ସବଷ୍ଟେସନ ଅଛି କିନ୍ତୁ ତାହା କଟକବାସୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁନି । କାରଣ ସହର ଭିତରେ ଜନସଂଖ୍ୟା ବଢିବା ସହିତ ବିଜୁଳି ସେବାର ମଧ୍ୟ ଚାହିଦା ବଢିଛି । ତେବେ ବିଡାନାଶୀ, ସି ଡି ଏ, ଭଳି ବିଭିନ୍ନ ସ୍ଥାନରେ ଲୋଭୋଲଟେଜ ଜନିତ ସମସ୍ୟା ସହିତ ଅଘୋଷିତ ବିଜୁଳି କାଟର ଅଭିଯୋଗ ମଧ୍ୟ ବାରମ୍ବାର ହେଉଥିଲା । ଯାହାକୁ ଦୂର କରିବାରେ ଏହି ନୂଆ ଗ୍ରିଡ ଷ୍ଟେସନ ସହାୟକ ହେବ ।  

{"id":353997,"sizeSlug":"large"}

୨୦୧୫ ମସିହାରେ ଏହି ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ହୋଇଥିଲା । କିନ୍ତୁ ଅଦାଲତି ମାମଲା କାରଣରୁ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇ ପାରିନଥିଲା ।ମାତ୍ର ୨ ବର୍ଷ ଭିତରେ ଏକ ୭୦ ମେଗାଓ୍ବାଟ ବିଶିଷ୍ଟ ଗ୍ରିଡ ଷ୍ଟେସନ ନିର୍ମାଣ ହୋଇ ପୁଣି କାର୍ଯ୍ୟକ୍ଷମ ହେବାଟା, ଏକ ଭଲ ଖବର ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.