JEE, NEET ଆୟୋଜନକୁ ନାପସନ୍ଦ କଲେ ପ୍ରସିଦ୍ଧ ଶିଶୁ ସାମାଜିକ କର୍ମୀ ଗ୍ରେଟା ଥନବର୍ଗ, କହିଲେ କରୋନା ସ୍ଥିତିରେ ଏଣ୍ଟ୍ରାନ୍ସ, ଶିକ୍ଷାର୍ଥୀଙ୍କ ପାଇଁ ଅନ୍ୟାୟ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୦୮: ବିଶ୍ଵ ମହାମାରୀ କାରୋନା ମଧ୍ୟରେ ଭାରତରେ ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ଜେଇଇ ଓ ନିଟ୍‌ର ଆୟୋଜନକୁ ବିରୋଧ କରିଛନ୍ତି ସ୍ଵଦେଶୀ ଚାଇଲ୍ଡ  ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ। ସେ ଟ୍ଵିଟ୍ କରି ଲେଖିଛନ୍ତି କୋଭିଡ୍ ମହାମାରୀ ସମୟରେ ପରୀକ୍ଷା ଆୟୋଜନ କରିବା ଲକ୍ଷାଧିକ ଛାତ୍ରଙ୍କ ପ୍ରତି ଅନ୍ୟାୟ ହେବ। ମହାମାରୀ ସହିତ ଅନେକ ରାଜ୍ୟରେ ଲକ୍ଷାଧିକ ଲୋକ ବର୍ତ୍ତମାନ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ତେଣୁ ମୁଁ ଛାତ୍ର-ଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ଵାରା ହେଉଥିବା ପରୀକ୍ଷା ବନ୍ଦ କରିବା ଦାବିକୁ ସମର୍ଥନ କରୁଛି। ଏହା ସହିତ ସେ ହ୍ୟାସଟ୍ୟାଗ୍ #PostponeJEE_NEETinCOVID” ଲେଖିଛନ୍ତି।

wp:html /wp:html

ଅପରପକ୍ଷେ ଭାରତ ବାହାରେ ଥିବା ଛାତ୍ର-ଛାତ୍ରୀ ଯେଉଁମାନେ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ସେମାନେ ସରକାରଙ୍କ ପରୀକ୍ଷା ଆୟୋଜନକୁ ବିରୋଧ କରଛନ୍ତି। ନିକଟରେ ସୁପ୍ରିମକୋର୍ଟ ପରୀକ୍ଷା  ସ୍ଥଗିତ ରଖିବା ନେଇ ଦାଖଲ ଯାଚିକାକୁ ଖାରଜ କରିଥିଲେ। କୋର୍ଟ କହିଥିଲେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପରୀକ୍ଷା ପାଇଁ ଅନେକ ପ୍ରତିଷେଧମୂଳକ  ବ୍ୟବସ୍ଥା କରିବ। ପରୀକ୍ଷାର୍ଥୀଙ୍କ ସ୍ଵାସ୍ଥ୍ୟ ପ୍ରତି ଗୁରୁତ୍ଵାରୋପ ଦିଆଯାଇ ବ୍ୟାପକ ବ୍ୟବସ୍ଥା କରାଯିବ।  ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଥିଲେ କେବଳ କରୋନା ଆଳରେ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ସମୟ ବିପଦରେ ପକାଯାଇ ପାରିବ ନାହିଁ।

ପ୍ରାୟ ୨୪ ଲକ୍ଷ ଛାତ୍ର-ଛାତ୍ରୀ ଚଳିତ ବର୍ଷ ଜେଇଇ ଓ ନିଟ୍ ପରୀକ୍ଷାରେ ସାମିଲ ହେବ।  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ଆୟୋଜିତ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରି ନେଇଛି। ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ଏନଟିଏ ଜେଇଇ ମେନ ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରିଛି। ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ଅଧିକାରୀ ଓ୍ଵେବ୍ସାଇଟ୍‌ରୁ ଡାଉନଲୋଡ୍ କରି ପାରିବେ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.