CRPF କ୍ୟାମ୍ପ ଉପରକୁ ଗ୍ରେନେଡ ମାଡ

Published By : Prameya-News7 Bureau | January 20, 2020 IST

ଶ୍ରୀନଗର ୨୦।୦୧: CRPF କ୍ୟାମ୍ପ ଉପରକୁ ଗ୍ରେନେଡ ଆକ୍ରମଣ । ଜାମ୍ମୁ-କାଶ୍ମୀରର ପୁଲଓ୍ବାମାର ନେବା ଗାଁରେ ଥିବା ସିଆରପିଏଫ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ତେବେ ଗ୍ରେନେଡ ମାଡରେ କୌଣସି ମୃତାହତ ଖବର ନାହିଁ  କି କୌଣସି ସଂଗଠନ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ । ଆଜି ପୁଲଓ୍ବାମାରେ ସେନା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିନିମୟ ହୋଇଥିଲା । ସେନା ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ହୋଇଥିବା ଆତଙ୍କବାଦୀମାନେ ହିଜବୁଲ୍‌ ମୁଜାହିଦ୍ଦୀନର ସଦସ୍ୟ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.