Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆସାମର ଦୁଇଟି ଜିଲ୍ଲାରେ ୪ଟି ଗ୍ରେନେଡ୍ ବିସ୍ଫୋରଣ, ଯାଞ୍ଚ କରୁଛି ପୋଲିସ

26/01/2020 at 11:17 AM

ଦିସପୁର ୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଆସାମର ଦୁଇଟି ସ୍ଥାନରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ଆସାମର ଦୁଇଟି ଜିଲ୍ଲା ଦେବ୍ରୁଗଡ ଏବଂ ଚରାଇଦେବରେ ୪ଟି ସ୍ଥାନରେ ବଡ ଧରଣର ବିସ୍ଫୋରଣ ହୋଇଛି । ଦିବ୍ରୁଗଡ ୩ଟି ଏବଂ ଚରାଇବେଦରେ ଗୋଟିଏ ଗ୍ରେନେଡ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରିବାରେ ବ୍ୟସ୍ତ ଥିବାବେଳେ ଆସାମରେ ବିସ୍ଫୋରଣ ହୋଇଛି। ଦେବ୍ରୁଗଡର ଗ୍ରାହମ ବଜାର ନିକଟ ଜାତୀୟ ରାଜପଥ ୩୭ ନିକଟରେ ଏହି ବିସ୍ଫୋରଣ ହୋଇଛି । ଦେବ୍ରୁଗଡର ଗୁରୁଦ୍ବାର ନିକଟରେ ଗୋଟିଏ ଏବଂ ଦୁଲିୟାଜାନଅୟଲ ଟାଉନରେ ହୋଇଛି ।

ଅନ୍ୟପଟେ ଚରାଇଦେବ ଜିଲ୍ଲାର ସୋନାରୀ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ପୋଲିସ ଛାନଭିନ ଜାରି ରଖିଛି । ଘଟଣା ସଂପର୍କରେ ଅଧିକ ସୂଚନା ମିଳିପାରିନାହିଁ ।

   Related Posts