ଅନନ୍ତନାଗରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ : ଡିସି ଅଫିସ ଉପରକୁ ଗ୍ରେନେଡ୍ ମାଡ, ୧୦ ଆହତ

Published By : Prameya-News7 Bureau | October 05, 2019 IST

ଶ୍ରୀନଗର ୫।୧୦: ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ । ଡେପୁଟି ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଗ୍ରେନେଡ୍ ମାଡ କରିଛନ୍ତି ଆତଙ୍କବାଦୀ । ଗ୍ରେନେଡ୍ ମାଡ ଫଳରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଜଣେ ଟ୍ରାଫିକ ପୋଲିସ ଏବଂ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି । ଜଣେ ୧୨ବର୍ଷର ବାଳକ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

{"id":166500}

ସୂଚନାଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ଉଚ୍ଛେଦକୁ ଆଜି ଦୁଇ ମାସ ପୁରୁଛି । ଏହି ଦୁଇ ମାସ ଭିତରେ ଆତଙ୍କବାଦୀମାନେ ଲଗାତର ଆକ୍ରମଣ ଯୋଜନା କରୁଥିବା ବେଳେ ଆଜି ଏହାକୁ ପ୍ରଥମଥର ରୂପ ଦେଇଛନ୍ତି ।

{"id":166501}

ଅନନ୍ତନାଗରେ ଡେପୁଟି ପୋଲିସ କମିଶନର ଅଫିସ ଗେଟ୍ ବାହାରେ ଆତଙ୍କବାଦୀମାନଙ୍କ ଗ୍ରେନେଡ୍ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ଆକ୍ରମଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.