ଜାମ୍ମୁ-କାଶ୍ମୀରର ଲାଲ୍ ଚୌକରେ ଗ୍ରୀନେଡ ମାଡ- ଜଣଙ୍କର ମୃତ୍ୟୁ, ୧୫ ଆହତ
4/11/2019 at 4:14 PM

ଶ୍ରୀନଗର ୦୪।୧୧ – ଜାମ୍ମୁ-କାଶ୍ମୀରରେ ବ୍ୟସ୍ତ ବହୁଳ ଲାଲ୍ ଚୌକ ନିକଟର ଥିବା ମୌଲାନା ଆଜାଦର ଏକ ମାର୍କେଟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରୀନେଡ ମାଡ କରିଥିଲେ । ଏଥରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।
ସୁରକ୍ଷାକର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସ୍ଥାନକୁ ଘେରାଉ କରାଯାଇ ତଲାସୀ ଅଭିଯାନ ଜୋରଦାର କରାଯାଇଛି ।
ଗତ ୧୫ ଦିନ ମଧ୍ୟରେ ଏହା ଦ୍ୱିତୀୟ ଗ୍ରୀନେଡ ଆକ୍ରମଣ । ସୋମବାରରେ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରୀନେଡ୍ରେ ଆକ୍ରମଣ କରାଯାଇଥିଲା। ଶ୍ରୀନଗରରେ ଥିବା କରନ ନଗରର କାକାସରାଇ ନିକଟରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରୀନେଡ୍ ଆକ୍ରମଣ କରାଯାଇଥିଲା ।