Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ICCକୁ ମିଳିଲା ନୂଆ ଚେୟାରମ୍ୟାନ୍, ନ୍ୟୁଜିଲାଣ୍ଡର ଗ୍ରେଗ୍‌ ଓ୍ୱାର୍କେଲ ସମ୍ଭାଳିବେ ଦାୟିତ୍ୱ

25/11/2020 at 11:45 AM

ନୂଆଦିଲ୍ଲୀ ୨୫।୧୧: ବିଶ୍ୱ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସିର ନୂଆ ଅଧ୍ୟକ୍ଷ ମିଳିଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ପ୍ରମୁଖ୍ୟ ଗ୍ରେଗ୍‌ ଓ୍ୱାର୍କେଲଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦର ନୂଆ ମୁଖିଆ ଭାବେ ଚୟନ କରାଯାଇଛି । ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ଜୁଲାଇ ମାସରେ ଶଶାଙ୍କ ୨ବର୍ଷର କାର୍ଯ୍ୟକାଳ ସରିଯାଇଛି । ସେବେଠାରୁ ପଦ ଖାଲିରହିଥିଲା ।

ଆଇସିସି କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ପଦ ୬ମାସ ପରେ ପୂରଣ ହୋଇଛି । ନ୍ୟୁଜିଲାଣ୍ଡର ଗ୍ରେଗ୍‌ ଓ୍ୱାର୍କେଲଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଗ୍ରେଗ୍‌ ଓ୍ୱାର୍କେଲ ୨୦୧୨ରେ  ନ୍ୟୁଜିଲାଣ୍ଡ କ୍ରିକେଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ । ଗ୍ରେଗ୍‌ ଓ୍ୱାର୍କେଲ ଏବେ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଇମ୍‌ରାନ ଖ୍ୱାଜାଙ୍କୁ ପରାସ୍ତ କରି ଚୟନ ହୋଇଛନ୍ତି । ଶଶାଙ୍କ ମନୋହର ଇସ୍ତଫା ଦେବା ପରେ ଇମ୍‌ରାନ୍‌ ଖ୍ୱାଜାଙ୍କୁ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।  

ଗ୍ରେଗ୍‌ ଓ୍ୱାର୍କେଲ ଆଇସିସିରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତିନିଧିତ୍ୱ କରୁଥିଲେ । ଏବେ ସେ ନିଜ ପଦରୁ ଇସ୍ତଫା ଦେବେ । ଗ୍ରେଗ୍‌ ଓ୍ୱାର୍କେଲ କ୍ରିକେଟର ଜଣେ କୁଶଳୀ ପ୍ରଶାସକ ଭାବେ ଜଣାଶୁଣା, ସେ ଅଷ୍ଟ୍ରେଲଆ-ନ୍ୟୁଜିଲାଣ୍ଡରେ ହୋଇଥିବା ୨୦୧୫ ଦିନିକିଆ ବିଶ୍ୱକପ୍‌ ଆୟୋଜନର ନିର୍ଦ୍ଦେଶକ ରହିଥିଲେ । ଏହା ବ୍ୟତୀତ ଗ୍ରେଗ୍‌ ଓ୍ୱାର୍କେଲ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର ଅନେକ କମ୍ପାନୀରେ ନିର୍ଦ୍ଦେଶକ ଭାବେ ନିଜ କାର୍ଯ୍ୟ କରିବାର ଅନୁଭୁବ ରହିଛି ।


ଗ୍ରେଗ୍‌ ଓ୍ୱାର୍କେଲଙ୍କୁ ଆଇସିସିର ଅଧ୍ୟକ୍ଷ ଭାବେ ଚୟନ ପରେ ନିଜ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ, ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଏକ ଗର୍ବର ବିଷୟ । ମୁଁ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ସହଯୋଗ କରିଛନ୍ତି । ଆଶା କରୁଛି ଯେ, ଏଭଳି ମହାମାରୀ ସମୟରେ ପୂର୍ବପେକ୍ଷା ଅଧିକ ମଜବୁତ ହୋଇ ଛିଡା ହେବୁ । ସେହିପରି ଆଇସିସିର ସମସ୍ତ ୧୦୪ ସଦସ୍ୟଙ୍କ ସହିତ ମିଶି କାର୍ଯ୍ୟ କରିବା ଉପରେ ଧ୍ୟାନ ଦେବି । ମୁଁ ଇମ୍‌ରାନ ଖ୍ୱାଜାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି କି, ଏଭଳି ଏକ କଠିନ ସମୟରେ ସେ କ୍ରିକେଟକୁ ଆଗକୁ ନେବାକୁ କାମ କରିଛନ୍ତି । ଭବିଷ୍ୟତରେ ଆମେ ଏକାଠି କାମ କରିବୁ ।

   Related Posts