'ଆଇଏମଏସ ଆଣ୍ଡ୍ ସମ ହସ୍ପିଟାଲ'କୁ ରାଜ୍ୟପାଳଙ୍କ ଶୁଭେଚ୍ଛା, ସଫଳ ଯକୃତ ପ୍ରତ୍ୟାରୋପଣ ଲାଗି ସାବାସି ସହ ସଫଳତା ଜାରି ରଖିବାକୁ ଦେଲେ ପରାମର୍ଶ

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର୧୧/୩: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ବବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ୍ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

{"id":236770,"width":541,"height":405,"sizeSlug":"large"}

ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲର ଡାକ୍ତରୀ ଟିମ ସାକ୍ଷାତ କରିଥିବାବେଳେ ପ୍ରଫେସର ଲାଲ ଯକୃତ ପ୍ରତ୍ୟାରୋପଣ ପ୍ରସଙ୍ଗରେ ଆନନ୍ଦ ବ୍ୟକ୍ତ କରିବା ସହ ସମ ହସ୍ପିଟାଲ ପକ୍ଷରୁ ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଛନ୍ତି।

{"id":236771,"sizeSlug":"large"}

ରାଜ୍ୟପାଳଙ୍କୁ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାସଷ୍ଟ୍ରୋ ଏଣ୍ଟରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ, ଗ୍ୟାସଷ୍ଟ୍ରୋଲୋଜି ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ପ୍ରେମାନନ୍ଦ ପଟ୍ଟନାୟକ, ରେଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ସୁନ୍ଦର ମହାପାତ୍ର, କ୍ରିଟିକାଲ କେୟାର ବିଭାଗର କନ୍ସଲଟାଣ୍ଟ ଡାକ୍ତର ସନ୍ତୋଷ କୁମାର ସିଂହ ଏବଂ ଗ୍ୟାସଷ୍ଟ୍ରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ଦେବକାନ୍ତ ମିଶ୍ର ପ୍ରମୁଖ ରାଜଭବନ ରେ ସାକ୍ଷାତ ଆଲୋଚନା କରିଥିଲେ।

{"id":236772,"width":568,"height":350,"sizeSlug":"large"}

ଗତ ମାର୍ଚ୍ଚ 5 ତାରିଖରେ ସମ ହସ୍ପିଟାଲ ପକ୍ଷରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲର ସହ ଯୋଗରେ ରାଜ୍ୟରେ ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା।

{"id":236773,"width":568,"height":378,"sizeSlug":"large"}

ଯକୃତ ରୋଗରେ ପୀଡିତ ଥିବା ବାଲେଶ୍ବରର ନୀଳଗିରି ଅଂଚଳର ଜୟନ୍ତ ବିଶ୍ବାଳଙ୍କ ଶରୀରରେ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା। ତାଙ୍କ ୧୯ ବର୍ଷୀୟ ପୁଅଙ୍କ ଯକୃତର କିଛି ଅଂଶ ଜୟନ୍ତଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ ଡାକ୍ତରୀ ଟିମ। ଉଭୟ ଜୟନ୍ତ ଏବଂ ତାଙ୍କ ପୁଅ ଏବେ ସୁସ୍ଥ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.