ପୁଅ ହୁଅନ୍ତୁ କି ଝିଅ, ଏହି ୪ଟି ଶାଗ ବଦଳେଇ ଦେବ ଆପଣଙ୍କ ପର୍ସନାଲିଟି: ଜାଣନ୍ତୁ କ’ଣ

Published By : Prameya-News7 Bureau | January 01, 2019 IST

ଶୀତ ଦିନରେ ଗରମ ଗରମ ସୋରିଷ ଶାଗ ଏବଂ ଏହା ସହ ମକା ରୁଟି ଖାଇଲେ ଅଲଗା ପ୍ରକାର ଲାଗିଥାଏ। ଶୀତ ଦିନରେ ମିଳୁଥିବା ଶାଗ, ପନିପରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍,ମିନେରାଲସ୍,ଫାଇବର ସବୁ ପ୍ରଚୁର ମାତ୍ରାରେ ଥାଏ। ଏତିକି ନୁହେଁ ଯଦି ଆପଣ ଶାଗ ଖାଉଛନ୍ତି ତେବେ ଆପଣ ମେଦବହୁଳତାରେ ଆକ୍ରାନ୍ତ ହେବେନାହିଁ । ଆଜି ଆମେ ଜାଣିବା ବିଭିନ୍ନ ପ୍ରକାର ଶାଗ ବିଷୟରେ ଯାହାକୁ ନିୟମିତ ଭାବେ ଖାଇଲେ ଆମ ସୈାନ୍ଦର୍ଯ୍ୟ  ବଢ଼ିବା ସହ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

wp:gallery {"ids":[69401]} /wp:gallery

୧.ସୋରିଷ ଶାଗ : ସୋରିଷ ଶାଗରେ କାର୍ବୋହାଇଡ୍ରେଟ୍,ଫାଇବର,ପୋଟାସିୟମ୍,ଭିଟାମିନ୍ ଏ,ସି,ଇ,ବି-୧୨,ଆଇରନ୍ ଏବଂ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଥାଏ। ସୋରିଷ ଶାଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଯାହା ଦ୍ବାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସୋରିଷ ଶାଗରେ ଫ୍ୟାଟ୍ ଏବଂ କ୍ୟାଲୋରୀ କମ୍ ଥାଏ।

wp:gallery {"ids":[69403]} /wp:gallery

୨.ପାଳଙ୍ଗ ଶାଗ : ପାଳଙ୍ଗ ଶାଗରେ କାର୍ବୋହାଇଡ୍ରେଟ୍,ଫାଇବର,ଓମେଗା ୩ ଫ୍ୟାଟି ଏସିଡ,ଓମେଗା ୬ ଫ୍ୟାଟି ଏସିଡ,ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ବ୍ୟତୀତ ପାଳଙ୍ଗରେ ଆଇରନ୍ ପ୍ରଚୁର ମାତ୍ରାରେ ରହିଥାଏ। ଯଦି ଆପଣ ନିୟମିତ ପାଳଙ୍ଗ ଶାଗ ଖାଉଛନ୍ତି ତେବେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ। ଏହା ହୃଦୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ।

wp:gallery {"ids":[69406]} /wp:gallery

୩.ବଥୁଆ ଶାଗ : ଶୀତ ଦିନେ ବଥୁଆ ଶାଗ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ୍,ଭିଟାମିନ୍-ଏ,ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଉପାଦାନ କମ୍ ମାତ୍ରାରେ ରହିଛି ତେବେ ଆପଣ ନିୟମିତ ଭାବେ ବଥୁଆ ଶାଗ ଖାଆନ୍ତୁ। ଏହା ଦ୍ବାରା କିଡନୀ ଷ୍ଟୋନର ସମସ୍ୟା ମଧ୍ୟ କମିଯାଇଥାଏ।

wp:gallery {"ids":[69409]} /wp:gallery

୪.ଅପରାଜିତା ଶାଗ: ଅପରାଜିତା ଶାଗରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଓମେଗା ପ୍ରଚୁର ମାତ୍ରାରେ ରହିଥାଏ। ଏହା ବ୍ୟତୀତ ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍ ରହିଥାଏ ଯାହା ଆମ ଶରୀରରେ ପୋଷକ ତତ୍ତ୍ବର ଅଭାବକୁ ପୂରଣ କରିଥାଏ। ଅପରାଜିତା ଶାଗ ଆପଣଙ୍କ ବୟସାଧିକ୍ୟ ଲକ୍ଷଣକୁ କମ୍ କରିଥାଏ ଏବଂ ଚର୍ମକୁଞ୍ଚନକୁ ଦୂର କରିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.