ବିଳାସପୂର୍ଣ୍ଣ ଶୟନ କକ୍ଷ, ରାଜକୀୟ ଖାଦ୍ୟ ଏବଂ ସୁଇମିଂ ପୁଲ୍...ଦୋସ୍ତମଙ୍କ ମହଲରେ ଅଏଶ କରୁଛନ୍ତି ତାଲିବାନୀ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯ : ତାଲିବାନୀ ନିଜର ସବୁଠାରୁ କଟ୍ଟର ଶତ୍ରୁଙ୍କ ମଧ୍ୟରୁ ଜଣକୁ ଆଫଗାନିସ୍ତାନର ପଳାୟନ ପୂର୍ବତନ ଉପରାଷ୍ଟ୍ରପତି ଓ ୱାରଲର୍ଡ ଅବଦୁଲ ରଶିଦ ଦୋସ୍ତମଙ୍କ ଆକର୍ଷଣୀୟ କାବୁଲ ହବେଲିରେ କବଜା କରିଛନ୍ତି। ହବେଲି ବର୍ତ୍ତମାନ ତାଲିବାନୀଙ୍କ ହାତରେ। ଏହି ଭବ୍ୟ ହବେଲି କଟ୍ଟର ଇସ୍ଲାମିବାଦିଙ୍କୁ ଆଫଗାନିସ୍ତାନର ପୂର୍ବତନ ଶାସକଙ୍କ ଜୀବନର ଏକ ଝଲକ ମଧ୍ୟ ଦେଖାଇଛି।

{"id":510922,"sizeSlug":"full","linkDestination":"none"}

ଦୋସ୍ତମ ଆଫଗାନିସ୍ତାନ ଛାଡି ଚାଲିଯିବା ପରେ ବର୍ତ୍ତମାନ ସେଠାରେ ତାଲିବାନୀ କବଜା କରିନେଇଛନ୍ତି। ପୁରା ମହଲରେ ସେମାନେ ବୁଲାବୁଲି କରୁଛନ୍ତି। ତାଙ୍କ ବିଛଣାରେ ଶୋଉଛନ୍ତି।

{"id":510917,"sizeSlug":"full","linkDestination":"none"}

ତାଲିବାନୀ ଭିଡିଓ କରି ଦର୍ଶାଉଛନ୍ତି ଯେ, ଦୋସ୍ତମ କିଭଳି ଜଣେ ରାଜା ଭଳି ରହୁଥିଲେ। କବଜା ପରେ ତାଲିବାନୀଙ୍କ ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେମାନେ ସ୍ନୁକର ଖେଳୁଥିବା ଓ ପିଲାଙ୍କ ଗାଡି ଚଲାଉଥିବା ନଜର ଆସିଥିଲେ।

{"id":510920,"sizeSlug":"full","linkDestination":"none"}

ମହଲରେ ଏକ ଚୌଡା ଆପଲ ଗ୍ରୀନ ରଙ୍ଗର କାର୍ପେଟ ସହ ଏକ ଅନ୍ତହୀନ ଗାଲିଚା ନଜର ଆସିଛି ଯେଉଁଠାରେ ଜଣେ ତାଲିବାନୀ ନିଜର ରାଇଫଲ ସହ ସୋଫାରେ ଶୋଇଛି। ସୋଫାରେ ଶୋଇଥିବା ତାଲିବାନୀ କାରି ସଲାହୁଦ୍ଦିନ ଅୟୁବୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ।

{"id":510921,"sizeSlug":"large","linkDestination":"none"}

ସଲାହୁଦ୍ଦିନ ଅୟୁବୀ ତାଲିବାନୀ ଶାସନର ସବୁଠାରୁ ଶକ୍ତିଶାଳୀ କମାଣ୍ଡୋଙ୍କ ମଧ୍ୟରୁ ଜଣେ। ଗତ ଅଗଷ୍ଟ ୧୫ ତାରିଖରେ କାବୁଲରେ ତାଲିବାନର ନିୟନ୍ତ୍ରଣ ସ୍ଥାପିତ ହେବା ଦିନ ହିଁ ସଲାହୁଦ୍ଦିନ ଅୟୁବୀ ମଧ୍ୟ ହବେଲିରେ ୧୫୦ ଲୋକଙ୍କୁ ନେଇ ନିଜର କମ୍ପାନୀ ତିଆରି କରିଥିଲେ।

{"id":510918,"sizeSlug":"full","linkDestination":"none"}

ଦୋସ୍ତମ ଅନେକ ବର୍ଷ ହେଲା ତୁର୍କୀରେ ରହି ନିଜର ଚିକିତ୍ସା କରୁଥିଲେ। ଅଗଷ୍ଟରେ ତୁର୍କୀରୁ ଫେରି ଆସିଥିଲେ ଓ ନିଜ ପ୍ରାନ୍ତକୁ ତାଲିବାନ କବଜାରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ନ ହେବାରୁ ସେ କାବୁଲ ଛାଡି ଚାଲି ଯାଇଥିଲେ। ବର୍ତ୍ତମାନ ସେ ଉଜବେକିସ୍ତାନରେ ଥିବ ଖବର ରହିଛି। ସେ ୨୦୧୪ ସେପ୍ଟେମ୍ବର ୨୯ରୁ ୨୦୨୦ ଯାଏଁ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଥିଲେ।

{"id":510919,"sizeSlug":"full","linkDestination":"none"}

ଦୋସ୍ତମ ଆଫଗାନିସ୍ତାନର ଉତ୍ତରରେ ସବୁଠାରୁ ବଡ ମିଲିସିଆର ନେତୃତ୍ୱ ନେଇଥିଲେ। ୧୯୯୦ ରେ ଯେତେବେଳେ ତାଲିବାନୀ ସମଗ୍ର ଦେଶ ଉପରେ ଆକ୍ରମଣ କରିଥିଲେ ସେତେବେଳେ ସେ ଉତ୍ତରରେ ବିଦ୍ରୋହର ଦାୟିତ୍ୱ ନେଇଥିଲେ। କୁହାଯାଏ ଯେ ସେ ହଜାର ହଜାର ତାଲିବାନୀଙ୍କୁ କଏଦ କରି ମୃତ୍ୟୁ ଦଣ୍ଡ ଦେଇଥିଲେ। ମିଲିସିଆରୁ ଆଫଗାନିସ୍ତାନ ସରକାରଙ୍କର ବହୁତ ଆଶା ଥିଲା। ତଥାପି ଏହା ନିରାଶାଜନକ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.