ଅଣ୍ଡାର କେଶର ସବୁଜ ରଙ୍ଗ : କେରଳରେ ଏପରି କୁକୁଡ଼ା ଅଣ୍ଡାର ଅଦ୍ଭୁତ କାରଣ କହିଲେ ବୈଜ୍ଞାନିକ
27/05/2020 at 6:27 PM

ଆପଣ କେବେ ସବୁଜ କେଶର ଥିବା ଅଣ୍ଡା ଦେଖିଛନ୍ତି? ଯଦି ଦେଖି ନାହାନ୍ତି ତେବେ ଏଠାରେ ଦେଖନ୍ତୁ। ଏହି କମାଲ୍ ହୋଇଛି କେରଳର କୁକୁଡ଼ା ଚାଷୀଙ୍କ ଘରେ। ଏଠାରେ ତାଙ୍କ କୁକୁଡ଼ାଗୁଡ଼ିକ ସବୁଜ କେଶର ଥିବା ଅଣ୍ଡା ଦେବା ଆରମ୍ଭ କରିଛନ୍ତି। ପୂରା ପରିବାର କିଛି ମାସ ହେବ ଅଣ୍ଡା ଖାଉଛନ୍ତି। କିନ୍ତୁ ଏବେ ଏହି ସବୁଜ କେଶର ଅଣ୍ଡା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ମଲ୍ଲପୁରମରେ ରହୁଥିବା ଏକେ ଶିହାବୁଦ୍ଦିନ କହିଛନ୍ତି ଯେ ତାଙ୍କ କୁକୁଡ଼ା ଫାର୍ମରେ କୁକୁଡ଼ାଗୁଡ଼ିକ ସବୁଜ ଅଣ୍ଡା ଦେଇଛନ୍ତି। ସେ ଆଉ ତାଙ୍କ ପରିବାର ଗତ ୯ମାସରୁ ଏହି ଅଣ୍ଡା ଖାଉଛନ୍ତି। ସେମାନଙ୍କୁ କୌଣସି ସମସ୍ୟା ହୋଇନାହିଁ।

ଶିହାବୁଦ୍ଦିନ କହିଛନ୍ତି ଯେ କିଛି ସପ୍ତାହ ତଳେ ସେ ସବୁଜ କେଶର ଅଣ୍ଡା ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ। ଏହା ପରେ ଏଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଥିଲା।

କେରଳର ଆନିମଲ୍ ସାଇନ୍ସ ୟୁନିଭର୍ସିଟିର ବିଶେଷଜ୍ଞ କହିଛନ୍ତି ଯେ ଏହା କୁକୁଡ଼ାର ଖାଦ୍ୟପେୟ ଯୋଗୁଁ ହୋଇଛି। କୁକୁଡ଼ାର ଖାଦ୍ୟ କିମ୍ବା ପାନୀୟରେ ସବୁଜ ରଙ୍ଗର ଜିନିଷ ଅଧିକ ଥିବାରୁ ଏପରି ହୋଇପାରେ।

ୟୁନିଭର୍ସିଟିର ବୈଜ୍ଞାନିକମାନେ ଶିହାବୁଦ୍ଦିନଙ୍କୁ ସେହି ଖାଦ୍ୟ ମାଗିଥିଲେ ଯାହା କୁକୁଡ଼ାଙ୍କୁ ଦିଆଯାଉଛି।

ଏହା ପରେ ୟୁନିଭର୍ସିଟିର ବୈଜ୍ଞାନିକମାନେ ଖାଦ୍ୟର ଯାଞ୍ଚ ପରେ ଶିହାବୁଦ୍ଦିନଙ୍କୁ କହିଥିଲେ ଯେ ଏଗୁଡ଼ିକ କୁକୁଡ଼ାଙ୍କୁ ଦିଅନ୍ତୁ। ପ୍ରଥମେ ଏହାକୁ ଖାଇବା ପରେ କୁକୁଡ଼ାଗୁଡ଼ିକ ସବୁଜ କେଶର ଅଣ୍ଡା ଦେଇଥିଲେ। କିନ୍ତୁ ୨ସପ୍ତାହ ପରେ କେଶରର ରଙ୍ଗ ହଳଦିଆ ହୋଇଥିଲା।