ରଥ ତିଆରିକୁ କେନ୍ଦ୍ରର ଗ୍ରୀନ୍ ସିଗନାଲ୍, କିନ୍ତୁ ଗାଇଡଲାଇନସ୍ ଷ୍ଟ୍ରିକ୍ଟ୍ , ରଥଖଳାରେ ଧାର୍ମିକ କାର୍ଯ୍ୟ ମନା

Published By : Prameya-News7 Bureau | May 07, 2020 IST

ପୁରୀ, ୦୭|୦୫:  ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଗ୍ରୀନ୍ ସିଗନାଲ୍ । ତେବେ ଗାଇଡଲାଇନ୍ ପାଳନ ସହ ତିଆରି ହେବ ରଥ । ରଥ ଖଳାରେ ଯେପରି କୌଣସି ଧାର୍ମିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ସେ ଦିଗରେ ମଧ୍ୟ ନଜର ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ।

ରଥଯାତ୍ରା ଓ ରଥ ନିର୍ମାଣକୁ ନେଇ ସସପେନସ୍ ଲାଗି ରହିଥିଲା । ତେବେ ରାଜ୍ୟ ସରକାର ରଥ ନିର୍ମାଣ କାର୍ଯ୍ୟ ହେବ ନା ନାହିଁ ତାହାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡିଥିଲେ । ଆଜି ଗୃହ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ।

ଗୃହ ମନ୍ତ୍ରାଳୟର କହିବାନୁସାରେ, କରୋନା ଭାଇରସ ମଧ୍ୟରେ ସମସ୍ତ ଗାଇଡଲାଇନ ଉପରେ ଧ୍ୟାନ ଦେଇ ରଥ ନିର୍ମାଣ ହେବ । ତେବେ ରଥ ଖଳାରେ କୌଣସି ଧାର୍ମିକ କାର୍ଯ୍ୟ ବା ଉତ୍ସବର ଆୟୋଜନ କରାଯାଇ ପାରିବ ନାହିଁ । ସେହିପରି ଲୋକମାନେ ସେଠାରେ ରୁଣ୍ଡହୋଇ ରଥ ନିର୍ମାଣ ଦେଖିପାରିବେ ନାହିଁ ଓ ପରିସ୍ଥିତିକୁ ନଜରରେ ରଖି ରଥଯାତ୍ରା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରାଳୟ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.