ହାଇକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ : କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର, ପାଳନ ହେବ କୋଭିଡ୍ ଗାଇଡ୍ ଲାଇନ୍

Published By : Prameya-News7 Bureau | August 10, 2020 IST

କଟକ ୧୦।୮: ମନ୍ଦିର ଖୋଲିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସହିତ ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର । ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ଗାଇଡ୍ ଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା । ରାଜ୍ୟରେ ମନ୍ଦିର ଖୋଲିବା ନେଇ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା’ ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ଦାଖଲ କରିଥିଲେ । ମୋକଦ୍ଦମା ଦୁଇଟି ୧୩ ଏବଂ ୧୪ ସିରିଏଲ ନମ୍ବରରେ ରହିଥିଲା । ତେବେ ଆଜି ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ମନ୍ଦିର ଓ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ମନ୍ଦିର ଭିତରକୁ କୌଣସି ବାହାର ଲୋକ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.