ଏହି ରୋଗଗୁଡ଼ିକୁ ସମୂଳେ ବିନାଶ କରିବ ଗୋଟିଏ ସବୁଜ ମଟର
19/12/2018 at 1:02 PM

ଶୀତଦିନେ ସବୁଠୁ ବେଶୀ ରୋଗ ହେବାର ଆଶଙ୍କା ଥାଏ ଏବଂ ବିଭିନ୍ନ ପ୍ରକାର ରୋଗ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳିଥୁବା ସବୁଜ ପନିପରିବା ଖାଇ ପାରିବା। ଆଜି ଆମେ ଜାଣିବା ଏପରି ଏକ ପରିବା ବିଷୟରେ ଯାହା ଖାଇବା ଦ୍ବାରା ଆମେ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା ପାଇଥାଉ।
ଶୀତ ଦିନରେ ମଟର ଛୁଇଁକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରି ପାରିବା। ଖାଦ୍ୟ ପ୍ରସ୍ତୁତି ଛଡ଼ା ମଟରରୁ ଆମେ ବିଶେଷ ଲାଭ ପାଇଥାଉ। ମଟରରେ ପ୍ରୋଟିନ୍,ଭିଟାମିନ୍ଏବଂ ଫସଫରସ୍ ଭଳି ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ରହିଥାଏ ଯାହା ଶୀତ ଦିନେ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯଦି ଆପଣ ଦିନରେ ଥରେ ମଟର ଛୁଇଁ ଖାଉଛନ୍ତି ତେବେ ଆପଣଙ୍କ ଶରୀରରୁ କୋଲେଷ୍ଟ୍ରୋଲକୁ କମ୍ କରିବା ସହ ବ୍ଲଡ୍ ସୁଗାର ଭଳି ରୋଗରୁ ମୁକ୍ତି ଦେଇଥାଏ।
ଯଦି ଆପଣ ଅତ୍ୟଧିକ ଥକି ଯାଉଛନ୍ତି ତେବେ ଆପଣଙ୍କୁ କଞ୍ଚା ମଟର ଖାଇବା ଉଚିତ୍। ଯଦି ଆପଣ ରାତିରେ ମଟର ଖାଉଛନ୍ତି ତେବେ ଏହା ଦ୍ବାରା ଆପଣଙ୍କ ହଜମ କ୍ରିୟା ନିୟନ୍ତ୍ରଣ ହୋଇଥାଏ।ଏହା ଦ୍ବାରା ରକ୍ତ ସଞ୍ଚାର ଠିକ୍ ଭାବରେ ହୋଇଥାଏ। ଏହା ଖାଇବା ଦ୍ବାରା ଆପଣଙ୍କ ତ୍ବଚାରେ ମଧ୍ୟ ଚମକ ଆସିଥାଏ। ଏହା ମଧୁମେହରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ଏଥିରେ ପଲିଫେନଲ୍ ଥିବାରୁ ଏହା ମୁଖଗହ୍ବର କ୍ୟାନସରରୁ ମୁକ୍ତି ଦେଇଥାଏ। ଏହା ବାନ୍ତି,ହିକ୍କା,ହେଉଡ଼ି ଏବଂ କଫରୁ ମଧ୍ୟ ମୁକ୍ତି ଦେଇଥାଏ।