ସୁସ୍ଥ ଓ ସବୁଜ ପରିବେଶ ଲକ୍ଷ୍ୟରେ ଭୁବନେଶ୍ବରରେ ଗ୍ରିନ୍ ମିନି ମାରାଥନ୍ ଆୟୋଜିତ

Published By : Prameya-News7 Bureau | September 28, 2019 IST

ଭୁବନେଶ୍ବର ୨୮।୯: ସୁସ୍ଥ ଓ ସବୁଜ ପରିବେଶ ଲକ୍ଷ୍ୟରେ ଭୁବନେଶ୍ବରରେ ଗ୍ରିନ ମିନି ମାରାଥନ । ଇନଷ୍ଟିଚ୍ୟୂଟ ଅଫ କଷ୍ଟ୍ ଆକାଉଣ୍ଟସ ଇଣ୍ଡିଆ ଭୁବନେଶ୍ବର ଚାପ୍ଟର ପକ୍ଷରୁ ଏହି ଗ୍ରିନ୍ ମିନି ମାରାଥନର ଅାୟୋଜନ କରାଯାଇଥିଲା । କୃଷି ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସବୁଜ ପତକା ଦେଖାଇ ଏହି ଗ୍ରିନ ମାରାଥନର ଶୁଭାରମ୍ଭ କରିଥିଲେ ।

{"id":163701}

ଭୁବନେଶ୍ବର ନୟାପଲ୍ଲି ନୁଆସାହି ସ୍ଥିତ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ମାରାଥନ । ଏଥିରେ ଛାତ୍ର ଛାତ୍ରୀଙ୍କ ସହ, ଶିକ୍ଷକ, ଅଧିକାରୀ ସାମିଲ ହୋଇ ସବୁଜ ବଳୟର ବାର୍ତ୍ତା ଦେଇଥିଲେ ।  ଷ୍ଟିୱାର୍ଟ ଛକ, ଡେଲଟା ଛକ, ୮ ନମ୍ବର ଡିଏଭି ଅଞ୍ଚଳରେ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.