କଟକ SCBରୁ ଭୁବନେଶ୍ବର ଏୟାରପୋର୍ଟ ଯାଏଁ ଗ୍ରୀନ୍ କରିଡର, ରୋଗୀଙ୍କୁ କରାଗଲା ଏୟାରଲିଫ୍ଟ

Published By : Prameya-News7 Bureau | January 22, 2022 IST

କଟକ ୨୨।୧: ଗ୍ରୀନ୍ କରିଡରରେ କଟକ ଏସସିବିରୁ ଭୁବନେଶ୍ବର ଏୟାରପୋର୍ଟ । ଜଣେ ରୋଗୀଙ୍କୁ କଟକ ଏସସିବିରୁ ଏୟାର ଲିଫ୍ଟ କରାଯାଇଛି । ଏଥିପାଇଁ କଟକ ଏସସିବିରୁ  ଭୁବନେଶ୍ବର ବିମାନବନ୍ଦର ଯାଏଁ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା । ବିମାନବନ୍ଦରରୁ ଏୟାରଲିଫ୍ଟ କରି ରୋଗୀ ଇନ୍ଦ୍ରମଣୀ ପାଣିଙ୍କୁ ସୁରଟ ନିଆଯାଇଥିବା ସୂଚନା ରହିଛି । ତେବେ ଇନ୍ଦ୍ରମଣୀ ପାଣି ହେଉଛନ୍ତି ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ବୋଲି ଜଣାପଡିଛି ।

{"id":577656,"sizeSlug":"full","linkDestination":"none"}

ଇନ୍ଦ୍ରମଣୀଙ୍କୁ ଏସସିବିରୁ ଏୟାରଲିଫ୍ଟ କରିବାକୁ ଭୁବନେଶ୍ବର ବିମାନବନ୍ଦର ଯାଏଁ ହାଇ ଆଲର୍ଟ ଜାରି କରିଥିଲା କମିଶନରେଟ୍ ପୋଲିସ । ରାସ୍ତା ଫାଙ୍କା କରିବାକୁ ଏହି ରୁଟ୍‌ରେ ଆସୁଥିବା ସବୁ ଟ୍ରାଫିକ୍ ପୋଲିସ ଏବଂ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.