କ୍ୟାନସରର ପ୍ରତିରୋଧ କରୁଥିବା କଞ୍ଚାଲଙ୍କା ବାବଦରେ ଜାଣନ୍ତୁ କିଛି ରୋଚକ କଥା ଯାହା ଆପଣ ବି ଜାଣିଲେ ..କଞ୍ଚାଲଙ୍କା ଖାଇବାକୁ ମନକରିବେ

Published By : Prameya-News7 Bureau | November 24, 2018 IST

ଅଧିକାଂଶ ଭାରତୀୟଲୋକମାନେ ଖାଇବାବେଳେ କଞ୍ଚାଲଙ୍କାର ଆବଶ୍ୟକତା ମଣିଥାନ୍ତି ।ବିଶେଷକରି ବିଭିନ୍ନ ଖାଦ୍ୟର ଟେଷ୍ଟ୍ ପାଇଁ କଞ୍ଚାଲଙ୍କାକୁ ସମସ୍ତେ ଖାଦ୍ୟରେ ବ୍ୟବହାର କରୁଥିଲେ ମଧ୍ୟ କେହି ଏହାର ଭଲଗୁଣ ସମ୍ଵନ୍ଧରେ ଜାଣନ୍ତି ନାହିଁ ।  ଲାଲ ଲଂକାଗୁଣ୍ଡ ବ୍ୟବହାର ଠାରୁ କଞ୍ଚାଲଙ୍କା ଅନେକ ରୋଗର ନିରାକରଣ ମଧ୍ୟ କରିଥାଏ । ଆସନ୍ତୁ ଜାଣିବା କଞ୍ଚାଲଙ୍କା ବାବଦରେ ସେମିତି କିଛି କଥା ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ …. କ୍ୟାନସରରୁ ସୁରକ୍ଷା-  କଞ୍ଚାଲଙ୍କା ଆଣ୍ଟିଅକ୍ସିଡ଼ାଣ୍ଟର ଉତ୍ସ ହୋଇଥିବାରୁ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଯାହା   କ୍ୟାନସରରୁ ରକ୍ଷା କରିଥାଏ । କଞ୍ଚାଲଙ୍କାରେ ପଚୁର ପରିମାଣରେ ଭିଟାମିନ ସି ଥାଏ । ଏହାକୁ ଖାଇବା ଦ୍ଵାରା ବିଭିନ୍ନ ରୋଗକୁ ମୁକାବିଲା କରିବାକୁ ଆବଶ୍ୟକ ପଡ଼ୁଥିବା ପ୍ରତିରୋଧକ ଶକ୍ତି ସେଥିରୁ ମିଳିଥାଏ । ଏହାକୁ ଖାଇଲେ ବନ୍ଦ ହୋଇଯାଉଥିବା ନାକ ମଧ୍ୟ ଖୋଲିଯାଇଥାଏ । ଅଧିକ ରାଗଥିବା କଞ୍ଚାଲଙ୍କାରେ ବିଶେଷକରି ଭିଟାମିନ 'ଇ' ଥାଏ, ଯାହାକି ତ୍ଵଚାକୁ କୋମଳ ଓ ମସୃଣ କରିଥାଏ । ଚର୍ମକୁ ଉଜ୍ଜ୍ଵଳ ମଧ୍ୟ କରିଥାଏ । କଞ୍ଚାଲଙ୍କାରେ ଜିରୋ କ୍ୟାଲୋରି ଥିବା କାରଣରୁ ଓଜନ କମାଇବା ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ । ଡ଼ାଇବେଟିସକୁ ଭୟ କରୁଥିବା ଲୋକଙ୍କ ପାଇଁ କଞ୍ଚାଲଙ୍କା ମଧ୍ୟ ବିଶେଷ ଦରକାରୀ । ଏହା ବ୍ଲଡ଼ ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଅଧିକ କଞ୍ଚାଲଙ୍କା ଖାଉଥିବା ଲୋକ ଡ଼ାଇବେଟିସର ଆଂଶକା କମ୍ ଥାଏ । କଞ୍ଚାଲଙ୍କାରେ ଡ଼ାଏଟାରୀ ଫାଇବର ଥିବା କାରଣରୁ ଏହା ଖାଦ୍ୟ ପଦାର୍ଥକୁ ସହଜରେ ହଜମ କରେଇଦେଇଥାଏ । ଯାହା ଫଳରେ ଅଧିକ ଗୁରୁପାକ ଖାଦ୍ୟ ଖାଇଲେ ବି ଯଦି କଞ୍ଚାଲଙ୍କାର ବ୍ୟବହାର କରାଯାଇଥିବ କିଛି ଟେନସନ ନେବାର ଆବଶ୍ୟକତା ନାହିଁ । କଞ୍ଚାଲଙ୍କା ଖାଇବାଦ୍ଵାରା ମସ୍ତିସ୍କକୁ ଅଧିକ ପରିମାଣରେ ହରମୋନ କ୍ଷରଣ କରିଥାଏ । ଯାହା ଦ୍ଵାରା ସଂଚାଳନର ସ୍ଥିତି ଠିକ ରଖି ମନକୁ ପ୍ରଫୁଲ୍ଲିତ ରଖିବା ସହିତ ଖୁସି ବି କରେଇଥାଏ । ଅତ୍ୟଧିକ ଧୂମପାନ କରୁଥିବା ଲୋକଙ୍କ ପାଇଁ କଞ୍ଚାଲଙ୍କା ଖାଇବା ନିହାତି ଉପକାର । କାରଣ ଅଧିକ ଧୂମ୍ରପାନ କରିବା ଦ୍ଵାରା ଫୁସଫୁସ ଆକ୍ରାନ୍ତ ହୋଇ କ୍ୟାନସର ହେବାର ଯେଉଁ ଆଶଂକା ଥାଏ ,ତାହା କଞ୍ଚାଲଙ୍କା ଖାଇବା ଦ୍ଵାରା ଆଶଂକା କମ୍ ଥାଏ । କଞ୍ଚାଲଙ୍କାରେ ଆଣ୍ଟି ବ୍ୟାକ୍ଟେରିଆ ପୋଷକ ଥିବାରୁ ଚର୍ମରୋଗରୁ ମଧ୍ୟ ରକ୍ଷାକରିଥାଏ । ଶୀତଦିନେ ଚର୍ମରୋଗର ଆଶଙ୍କା ଅଧିକ ଥାଏ । ତେଣୁ କଞ୍ଚାଲଙ୍କା ଖାଇବା ଦ୍ଵାରା ଏସବୁ ରୋଗକୁ ମଧ୍ୟ  ନିଜ ପାଖରୁ ଦୂରେଇ ରଖିପାରିବେ । ଭାରତୀୟ ମହିଳାଙ୍କ ପାଇଁ ମଧ୍ୟ ଶୁଭଖବର । ଲୌହ ବା ଆଇରନ କମ୍ ରହୁଥିବା ମହିଳାମାନେ ଯଦି କଞ୍ଚାଲଙ୍କା ଖାଇବେ ତାହେଲେ, ତାଙ୍କ ଶରୀରରେ ଲୌହସାରର ଅଭାବ ରହିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.