Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପାକିସ୍ତାନରେ ଫୁଟିଲା ଲଙ୍କା ବାଣ : କିଲୋ ପ୍ରତି ୪୦୦ ଟଙ୍କା

16/03/2019 at 3:13 PM

କରାଚୀ ୧୬/୩ : ପାକିସ୍ତାନରେ ଲୋକଙ୍କ ଉପରେ ଫୁଟୁଛି ଲଙ୍କା ବାଣ | ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ | ପାକିସ୍ତାନରେ କଞ୍ଚା ଲଙ୍କା ଦାମ ଆକାଶ ଛୁଆଁ | ଲଙ୍କା ଦାମ କିଲୋ ପ୍ରତି ୪୦୦ ଟଙ୍କା | ଏପଟେ ଟମାଟୋ ମୂଲ୍ୟ ମଧ୍ୟ ଆକାଶ ଛୁଆଁ | ସରକାର ମଧ୍ୟ ଏହି ୨ ପରିବା ନ ବିକିବା ପାଇଁ ଜୋରିମାନା ଲଗାଇଛନ୍ତି |


ଫେବୃଆରୀ ୧୪ ତାରିଖରେ ପୁଲୱାମା ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହେବା ପରେ ଭାରତ ପାକିସ୍ତାନକୁ ପରିବା ସପ୍ଲାଏ କରିବା ବନ୍ଦ କରିଦେଇଥିଲା | ଯାହାଫଳରେ ପାକିସ୍ତାନ ପରିବା ବଜାରରେ ନିଆଁ ଲାଗିଯାଇଥିଲା | ସେହି ସ୍ଥିତି ଏବେ ଯାଏଁ ସୁଧୁରିନି | ଭାରତ ପରିବା ସପ୍ଲାଏ ବନ୍ଦ କରିଦେବା ଦ୍ୱାରା ପାକିସ୍ତାନରେ ୨୪ ଟଙ୍କା କିଲୋ ବିକ୍ରି ହେଉଥିବା ଟମାଟୋ ଏବେ ୨୦୦ ଟଙ୍କାରେ ବିକ୍ରି ହେଉଛି | ଧୀରେ ଧୀରେ ବଜାରରୁ ଟମାଟୋ ଗାୟବ ହେବାରେ ଲାଗିଛି | ଏତେ ଟଙ୍କା ଦେଇ ଟମାଟୋ କିଣିବାକୁ ମଧ୍ୟ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି |


ଟମାଟୋ ଭଳି କଞ୍ଚା ଲଙ୍କା ମଧ୍ୟ ପାକିସ୍ତାନୀଙ୍କ ପାଇଁ ଅଧିକ ରାଗ ହୋଇଯାଇଛି | ୨୦୧୮ ମସିହାରେ କଞ୍ଚା ଲଙ୍କା କିଲୋ ପ୍ରତି ୧୦୦ ଟଙ୍କା ଥିବାବେଳେ ଏବେ ଏହା ବଢି ୪୦୦ ଟଙ୍କା ହୋଇଯାଇଛି | ପରିବା ଦୋକାନରୁ ଲଙ୍କା ପୁରା ଗାୟବ ହୋଇଗଲାଣି |


ଅପରପକ୍ଷରେ ପାକିସ୍ତାନ ସରକାର ଇମ୍ରାନ ଖାନ ଏହି ୨ଟି ପରିବା ନ ବିକୁଥିବା ଯୋଗୁଁ ପରିବା ବ୍ୟବସାୟୀଙ୍କ ଉପରେ ଜୋରିମାନା ଲଗାଇଛନ୍ତି | ସରକାର ଏହି ୨ ପରିବା ପାଇଁ ଏକ ଦର ନିଶ୍ଚିତ କରିଛନ୍ତି | ସେହି ଦରରୁ ଅଧିକ ମୂଲ୍ୟରେ ପରିବା ବିକ୍ରି କଲେ ଜୋରିମାନା ଲାଗିବ ବୋଲି କହିଛନ୍ତି ସରକାର | ଭାରତ ଛଡା ସିଂହ ଏବଂ ବେଲୁଚିସ୍ତାନରୁ ପାକିସ୍ତାନକୁ ଟମାଟୋ ଏବଂ କଞ୍ଚା ଲଙ୍କା ସପ୍ଲାଏ ହୋଇଥାଏ | କିନ୍ତୁ କାମ ବର୍ଷା ଯୋଗୁଁ ଭଲ ଫସଲ ହୋଇନଥିବାରୁ ଏହି ୨ଟି ସ୍ଥାନରୁ ମଧ୍ୟ ଟମାଟୋ ଏବଂ ଲଙ୍କା ଆବଶ୍ୟକ ପରିମାଣର ଆସିପାରୁନାହିଁ |

   Related Posts