Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

କର୍ତ୍ତବ୍ୟ ଆଗ, ବାହାଘର ପଛ : କରୋନା ରୋଗୀଙ୍କ ପାଇଁ ବିବାହକୁ ଘୁଞ୍ଚାଇଦେଲେ ମହିଳା ଡାକ୍ତର

2/04/2020 at 3:57 PM

କେରଳ ୦୨।୦୪: ସାରାଦେଶରେ କରୋନାରେ ସଂକ୍ରମଣଙ୍କ ସଂଖ୍ୟା ବଢିବାର ଲାଗିଛି । କରୋନା ସ୍ଥିତିକୁ ଦେଖି ସରକାର ବିଭିନ୍ନ ପଦେକ୍ଷେପ ନେଇଛନ୍ତି । ତେବେ କେରଳର ଜଣେ ମହିଳା ଡାକ୍ତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନିଜର ବିବାହକୁ ସ୍ଥଗିତ କରିଦେଇଛନ୍ତି । ୨୩ ବର୍ଷୀୟା ଡକ୍ଟର ସିଫା ଏମ ମହମ୍ମଦ କନ୍ନୁର ଜିଲା ସ୍ଥିତ ପାରିୟରମ ମେଡିକାଲ କଲେଜରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି । ଉକ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ସ୍ଥାପିତ ଆଇସୋଲେସନ ୱାର୍ଡରେ ସେ ନିୟୋଜିତ ଅଛନ୍ତି ।

ଗତ ମାସ ୨୯ ତାରିଖ (ରବିବାର)ରେ ଦୁବାଇର ଜଣେ ବ୍ୟବସାୟୀଙ୍କ ସହିତ ତାଙ୍କର ବିବାହ ହେବାର ଥିଲା । ମାତ୍ର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିବା ପାଇଁ ସେ ନିଜର ବିବାହକୁ ଘୁଂଚାଇ ଦେଇଥିଲେ । ସେ ନିଜର ପରିବାର ଲୋକଙ୍କୁ କହିଥିଲେ ଯେ ବିବାହ ଏବେ ନହଲେ ପରେ ହୋଇପାରିବ । କିନ୍ତୁ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ଏବେ ଚିକିତ୍ସା ନପାଇଲେ କାଲିକି ଜୀବିତ ରହିବେ ତ? ପରିବାର ଲୋକେ ବି ତାଙ୍କର ଏପରି ଆଭିମୁଖ୍ୟର ବିରୋଧ କରି ନ ଥିଲେ । ତାଙ୍କର ଏଭଳି ସେବା ମନୋଭାବର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

   Related Posts