୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ଗାଁକୁ ନଥିଲା ରାସ୍ତା ଆସିପାରିଲାନି ଗାଡି, ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିନେଲେ

Published By : Prameya-News7 Bureau | November 03, 2021 IST

ସୁନ୍ଦରଗଡ଼ ୦୩/୧୧: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ସୁନ୍ଦରଗଡ଼ ଲାଠିକଟା ବ୍ଲକ ରାମଜୋଡୀ ପଂଚାୟତର କୁଚେଢିପା ଗାଁ, ଗାଁକୁ ରାସ୍ତା ନାହିଁ । କେବଳ ଚାଲି କି ଯିବା ହିଁ ଗୋଟିଏ ମାତ୍ର ମାଧ୍ୟମ । ଏହି ଗାଁର ଜଣେ ମହିଳା ଗୁରୁତର ହୋଇଯିବାରୁ ଗାଁ ଲୋକ ୧୦୮କୁ ଫୋନ କରିଥିଲେ ।

ତତକ୍ଷଣାତ ଆମ୍ବୁଲାନ୍ସ ବି ପହଞ୍ଚିଥିଲା ହେଲେ ଗାଁକୁ ରାସ୍ତା ନଥିବାରୁ ପଶି ପାରିନଥିଲା ଆମ୍ବୁଲାନ୍ସ । ଆଉ ଏତିକି ବେଳେ ମହିଳା ଜଣଙ୍କ ଗୁରିତର ଅବସ୍ଥାକୁ ଦେଖି ୧୦୮ କର୍ମଚାରୀ ନିଜେ ଷ୍ଟ୍ରେଚରରେ ରୋଗୀକୁ ପ୍ରାୟ ଗୋଟିଏ କିଲୋମିଟର ବୋହି ନେଇ ପୁଣି ଆମ୍ବୁଲାନ୍ସରେ ମେଡିକାଲକୁ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.