ଦୁଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ବଡ ଫାଇନ୍ , ଗ୍ରେଟର ନୋଏଡାରେ ରାସ୍ତା ନଷ୍ଟ କରିବାରୁ ଗଣିବେ ତଣ୍ଡ

Published By : Prameya-News7 Bureau | September 13, 2021 IST

ନୋଏଡା ୧୩/୦୯: ଗ୍ରେଟର ନୋଏଡାର ଦୁଇଟି ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ୪୦ ଲକ୍ଷର ଫାଇନ୍ । ପ୍ରତ୍ୟେକଙ୍କୁ ୨୦ ଲକ୍ଷ ଲେଖାଏଁ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ରାସ୍ତା ନଷ୍ଟ କରିଥିବାରୁ ଏହି ଦୁଇ କମ୍ପାନୀକୁ ଜରିମାନା ଦେବାକୁ ସରକାରୀ ବିବୃତ୍ତିରେ କୁହାଯାଇଛି । ରାସ୍ତା ଭାଙ୍ଗିଯିବା କାରଣରୁ ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସ୍ଥାନୀୟ ଗ୍ରେଟର ନୋଏଡା କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ବୋଲି ଏଥିରେ ଦର୍ଶାଯାଇଛି । "ଟେଲିକମ୍ ସେବା ପ୍ରଦାନକାରୀ ରିଲାଏନ୍ସ ଡିଜିଟାଲ୍ କମ୍ପାନୀ ଏବଂ ଏୟାରଟେଲର ସ୍ଥାନୀୟ ବିକ୍ରେତା ଟେଲିସୋନିକ୍ ନେଟୱାର୍କ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ନେଟୱାର୍କକୁ ଆହୁରି ଉନ୍ନତ କରିବାକୁ କାମ ଆରମ୍ଭ କରିଥିଲେ । ଗ୍ରେଟର ନୋଏଡାରେ ବିଟା ୧ ଏବଂ ବିଟା ୨ ଅପ୍ଟିକାଲ ଫାଇବର ଲଗାଉଥିଲେ ।

ହେଲେ ଏହି କାମ ଚାଲୁଥିବାବେଳେ ରାସ୍ତା ନଷ୍ଟ ହୋଇଯାଇଥିଲା । ଫଳରେ ଏଥିରେ ଅସନ୍ତୁଷ୍ଟ ବାସିନ୍ଦା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ବୋଲି ଗ୍ରେଟର ନୋଏଡା କର୍ତ୍ତୃପକ୍ଷ କହିଛନ୍ତି । ବିବୃତ୍ତିରେ କୁହାଯାଇଛି ଯେ "କମ୍ପାନୀଗୁଡିକ ରାସ୍ତା ମରାମତି ମଧ୍ୟ କରୁନାହାଁନ୍ତି । ପ୍ରାଧିକରଣର ସିଇଓ ନରେନ୍ଦ୍ର ଭୋଶନଙ୍କ ନିର୍ଦ୍ଦେଶରେ ବାଣିଜ୍ୟ ବିଭାଗ ଜିଓ ଡିଜିଟାଲ କମ୍ପାନୀ ଏବଂ ଏୟାରଟେଲର ସ୍ଥାନୀୟ ବିକ୍ରେତା ଟେଲିସୋନିକ ନେଟୱାର୍କ ଉପରେ ୨୦ ଲକ୍ଷ ଲେଖାଏଁ ଜୋରିମାନା ଲଗାଇଛି ।

ସେମାନଙ୍କ ବିରୋଧରେ କେଉଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଯଦି ସେମାନେ ୧୫ ଦିନ ମଧ୍ୟରେ ଜରିମାନା ଆକାର ଅର୍ଥ ଦେଇଦେବେ । ସେପର୍ଯ୍ୟନ୍ତ, କର୍ତ୍ତୃପକ୍ଷ ସେବା ପ୍ରଦାନକାରୀଙ୍କୁ ଅପ୍ଟିକାଲ୍ ଫାଇବର ଲଗାଇବା ବନ୍ଦ କରିବାକୁ ଏବଂ ରାସ୍ତାଗୁଡ଼ିକର ସମ୍ପୂର୍ଣ୍ଣ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.