Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ

16/01/2021 at 5:58 PM

ସାନଖେମୁଣ୍ଡି ୧୬।୦୧: ଗଂଜାମ ଜିଲ୍ଲା ଆସିକା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ ସଫଳତା । ଗଲା କିଛି ଦିନ ଧରି ଆସିକା ତଥା ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ରମାଗତ ଭାବେ ମୋଟର ସାଇକେଲ ଚୋରି ହେଉଥିବା ବେଳେ ପୋଲିସ ଏବେ ୯ ଜଣକୁ ଗିରଫ କରିବା ସହ ୨୪ ଚୋରା ମୋଟରସାଇକେଲକୁ ଜବତ କରିଛି ।

ଆସିକା ତଥା କବିସୂର୍ଯ୍ୟନଗର ପୋଲସରା ସମେତ ବିଭିନ୍ନ ଅଂଚଳରେ ଗଲା କିଛି ଦିନ ଧରି ଚାଲିଥିଲା ମୋଟରସାଇକେଲ ଚୋରା ଅଭିଯାନ । ପୋଲିସ ପାଖକୁ ଚୋରି ଘଟଣା ବଢୁଥିଲା ଅନେକ ଅଭିଯୋଗ ଆସୁଥିଲା। ତେବେ ଏହି ମୋଟରସାଇକେଲ ଚୋରା ଅଭିଯାନକୁ ମୂଳରୁ ମାରିବା ପାଇଁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଗଠନ ହୋଇଥିଲା ଏକ ଟିମ । ଆଉ ଏହି ଟିମ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବିଭିନ୍ନ ଅଂଚଳରେ ଚଢାଉ କରି ନଅ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିବାରେ ସକ୍ଷମ ହୋଇଛି ।

ଖାଲି ସେତିକି ନୁହେଁ ୨୪ ମୋଟରସାଇକେଲ ଜବତ ମଧ୍ୟ ହୋଇଥିବା ବେଳେ ନଅଟି ଭଙ୍ଗା ଇଞ୍ଜିନକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ କେବଳ ଯେ ଗଂଜାମ ଜିଲ୍ଲାରେ ଚୋରି କରୁନଥିଲେ ତାହା ନନୁହେଁ ଏମାନଙ୍କ ଗ୍ୟାଙ୍ଗ୍  ଆନ୍ଧ୍ର ପ୍ରଦେଶର ବିଭିନ୍ନ ଥାନା ଇଲାକାରେ ମୋଟରସାଇକେଲ ଚୋରା ଅଭିଯାନ କାର୍ଯ୍ୟ ଚଳାଇ ଆସୁଥିଲେ । ଏବେ ମଧ୍ୟ ଘଟଣାରେ ଆହୁରି ତଦନ୍ତ  ଆବଶ୍ୟକତା ତଥା ଯିଏବି ଏହି ଚୋରି  କାର୍ଯ୍ୟକ୍ରମରେ ସାମିଲ ଥିବ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆସିକା ପୋଲିସ କହିଛନ୍ତି। ତେବେ ପୋଲିସର ଏହି ସଫଳତା ପରେ ଲୋକେ ଟିକିଏ ମୋଟରସାଇକେଲ ଚୋରି ହୁରିରୁ ତ୍ରାହି ପାଇବେ ବୋଲି ଆଶା କରାଯାଉଛି।

   Related Posts