ବିଏସଏନଏଲର ଦମଦାର୍‌ ପ୍ଲାନ୍: ୭ ମାସ ପର୍ଯ୍ୟନ୍ତ ବୈଧତା ସହ ପ୍ରତିଦିନ ଗ୍ରାହକଙ୍କୁ ମିଳିବ ୨ଜିବି ଡାଟା

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ୨୩/୧୧:  ବିଏସଏନଏଲ ବହୁ ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ କରିଛି। ଏହି ପ୍ଳାନର ବୈଧତା  ଲମ୍ବା ସମୟ । ଯଦି ୯୯୮ ଟଙ୍କାର ପ୍ଳାନ୍ କଥା କହିବା ତେବେ ଏହା ଗ୍ରାହକଙ୍କୁ ନିଶ୍ଚିତ ଫାଇଦା ଦେବ। ଏହି ପ୍ଲାନର ବୈଧତା ୭ ମାସ ପର୍ଯ୍ୟନ୍ତ ରହିଛି। ପୂରା ଦେଶରେ ଏହି ପ୍ଲାନ ଲାଗୁ କରାଯିବ। ୯୯୮ ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ଲେଖାଏଁ ଗ୍ରାହକଙ୍କୁ ମିଳିବ।

ଏହି ପ୍ଲାନରେ ଭଏସ କଲିଂ ଓ ଏସଏମଏସ ସୁବିଧା ଗ୍ରାହକଙ୍କୁ ମିଳିବ ନାହିଁ। କେବଳ ୭ ମାସ ପାଇଁ ଗ୍ରାହକଙ୍କୁ ୪୨୦ ଜିବି ଡାଟା ମିଳିବ।

ବିଏସଏନଏଲ ପୁଣି ୩୬୫ ଟଙ୍କିଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ବୈଧତା ୬୦ ଦିନ ପର୍ଯ୍ୟନ୍ତ ରହିଛି। ଏଥିସହ ଅନ୍ୟ ନେଟଓ୍ବାର୍କକୁ ଭଏସ କଲିଂ ପାଇଁ ୨୫୦ ମିନିଟ୍‌ ଗ୍ରାହକଙ୍କୁ ମିଳିବ। ଏଥିସହ ୨ ଜିବି ଡାଟା ମଧ୍ୟ ଗ୍ରାହକଙ୍କୁ ମିଳିବ। ଗ୍ରାହକ ୬୦ଦିନରେ ମୋଟ୍‌ ୧୨୦ ଜିବି ଡାଟା ପାଇବେ ।

ଏହା ବ୍ୟତୀତ କମ୍ପାନୀ ୯୯୭ ଟଙ୍କିଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ବୈଧତା ତିନି ମାସ ପର୍ଯ୍ୟନ୍ତ ରହିବ। ଏଥିସହ ପ୍ରତିଦିନ ୩ ଜିବି ଡାଟା ଗ୍ରାକହଙ୍କୁ ମିଳିବା ସହ ଭଏସ କଲିଂ ପାଇଁ ପ୍ରତିଦିନ ୨୫୦ ଫ୍ରି ମିନିଟ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.