ଯାଜପୁର ୧୨।୦୯- ମା’, ଏହି ଶବ୍ଦ ଅତୁଳନୀୟ । ପିଲାଙ୍କ ପାଇଁ ମା’ ସବୁ କିଛି ତ୍ୟାଗ କରିପାରେ । ଏସବୁର ପ୍ରମାଣ କରିବାର ହୁଏତ ଆବଶ୍ୟକତା ନାହିଁ । ଅତୀତରେ ଅନେକ ଘଟଣା ମା’କୁ ମହାନ କରିଛି । ଯାଜପୁରର ଦଶରଥପୁରରେ ଦୃଷ୍ଟି ଶକ୍ତି ହରାଇଥିବା ଦିବ୍ୟାଙ୍ଗ ପୁଅ ପାଇଁ ସବୁ କଷ୍ଟକୁ ସ୍ବୀକାର କରିଛି ଜଣେ ବୁଢୀ ମାଆ । ମାଆ ପରି କିଏ ହେବ । ବାସ୍ତବରେ, ପାଖରେ ମାଆ ଥିଲେ ସବୁ ସମ୍ଭବ । ସବୁ ଦୁଃଖ କଷ୍ଟ କ୍ଷଣିକରେ ଲାଘବ ହେ।ଇଯାଏ । ମା’ ମୁଣ୍ଡରେ ହାତ ବୁଲାଇଦେଲେ ଅଶାନ୍ତ ମନ ଶାନ୍ତ ହେ।ଇଯାଏ । ପିଲା ପାଇଁ ଯୁଗେ ଯୁଗେ ମାଆର ଭୂମିକା ମହତ୍ବପୂର୍ଣ୍ଣ ।
{"id":156859}ମା’ ପରି କିଏ ହେବ । ମା’ ହେଉଛି ସର୍ବଶ୍ରେଷ୍ଠ । ମା’ ପାଖରେ ସବୁ ବାଧାବିଘ୍ନ ହାର ମାନିଥାଏ । ମା’ ଟିଏ ତାର ସନ୍ତାନ ପାଇଁ ସବୁକିଛି କରିଥାଏ । ମା’ ପିଲାଙ୍କ ଉପରେ ଆସୁଥିବା ସବୁ ବିପଦକୁ ନିଜ ମୁଣ୍ଡକୁ ନେଇ ଚାହିଁ ଥାଏ ତାର ସନ୍ତାନଟି ସବୁବେଳେ ଭଲରେ ରହୁ । ନିଜେ ବରଂ ସେ ଦୁଖ କଷ୍ଟରେ ରହିଥାଏ , କିନ୍ତୁ ସେଥିପ୍ରତି ତାର ନଥାଏ ଧ୍ୟାନ । ଏପରି ଏକ ମା’ ଯିଏକି ତାର ପରିଣତ ବୟସରେ ନିଜ ଯତ୍ନ ବଦଳରେ ଦିବ୍ୟାଙ୍ଗ ପୁଅର ସାହାରା ପାଲଟିଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ବନ୍ଧସାହି ଗ୍ରାମର ୮୦ ବର୍ଷର ବୃଦ୍ଧା ମା ଜାନୁ ଓ ଦିବ୍ୟାଙ୍ଗ ପୁଅ ପାଇଁ ଏକ ମାତ୍ର ସାହାରା ।
କଥାରେ ଅଛି ମା’ ପରି କିଏ ହେବ । ଆପଣ ମାନେ ଶୁଣିଥିବେ ଏବଂ ଦେଖିଥିବେ ଗୋଟିଏ ମା’ ତାର ସ୍ଵାର୍ଥ ପାଇଁ ନିଜପିଲାଙ୍କୁ ଛାଡି ଦେଇଥାଏ ତ ଆଉ କେତେ ବେଳେ ଗୋଟିଏ ମା’ତାର ନିଜର ଅସହାୟତା ପଣ ପାଇଁ ନିଜର ପିଲାଙ୍କୁ ଜୀବନରୁ ମାରି ନିଜେ ଆତ୍ମହତ୍ୟାର ରାସ୍ତା ବାଛିଥାଏ । କିନ୍ତୁ ଏକ ମା ନିଜର ଭଲପାଇବା ଆଗରେ ଜଳାଞ୍ଜଳି ଦେଇଛି ନିଜର ସ୍ଵାର୍ଥ ଓ ଅସହାୟ ପଣତାକୁ । ସବୁ କିଛି ଭୁଲି ନିଜର ଦିବ୍ୟାଙ୍ଗ ପୁଅଟି କିପରି ବଞ୍ଚିବ ତାର ବାଟ ଖୋଜିଛି ମା’। ନିଜର କଷ୍ଟକୁ ହୃଦୟ ଭିତରେ ଚାପିରଖି ନିଜର ଦିବ୍ୟାଙ୍ଗ ପୁଅକୁ ଧରି ଆଗେଇ ପଡିଛନ୍ତି ଭିକ୍ଷା ବୃତ୍ତି କରିବାପାଇଁ । ସେ ପୁଣି ଗାଁ ଠୁ ସହର । ଖରା ବର୍ଷା ଓ ଶୀତ କାକର କୁ ପଛରେ ପକାଇ ଚମ ଧୁଡୁ ଧୁଡୁ ହୋଇଯାଇଥିଲେ ମଧ୍ୟ ଦିବ୍ୟାଙ୍ଗ ପୁଅକୁ ସାଥିରେ ଧରି ମା’ ବାହାରି ଯାଆନ୍ତି ଭିକ୍ଷା ବୃତ୍ତିରେ । ଗୋଟେ ବାଡି ଧରି ଆଗେ ଆଗେ ରାସ୍ତା ଦେଖେଇ ଚାଲିଥାଏ ବୃଦ୍ଧା ମା ,ଆଉ ପୁଅ ସେଇ ବାଡି କୁ ଧରି ମା ର ପଛେ ପଛେ ଚାଲି ଚାଲି ଦୁଆର ଦୁଆର ବୁଲି ଭିକ୍ଷା ବୃତ୍ତି କରିଥାଆନ୍ତି । ମା ଓ ପୁଅ ଭିକ୍ଷା ବୃତ୍ତି କରି ଯାଅ ଆଣିଥାନ୍ତି ସେଥିରେ ପରିବାର ତ ଯେନତେନ ପ୍ରକାରରେ ଚଳିଯାଇଥାଏ । ହେଲେ ବର୍ଷା ଝଡି ଆରମ୍ଭ ହୋଇଗଲେ ଦୁଃଖ ବଢିଯାଇଥାଏ ତାଙ୍କର । ଭିକ୍ଷା ବୃତ୍ତି ନ କରିପାରି ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡିଥାଏ ପରିବାରକୁ । ବହୁ କଷ୍ଟରେ ଚଳିଥାନ୍ତି ପରିବାରେ ଥିବା ୬ ପ୍ରାଣୀ କୁଟୁମ୍ବ
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ଧସାହି ଗ୍ରାମରେ ରୁହନ୍ତି ଅମର ଖଟୁଆ । ପରିବାର କହିଲେ ତାଙ୍କର ୬ ପ୍ରାଣୀ କୁଟୁମ୍ଭ । ସମୟ ଥିଲା ମାଛ ବ୍ୟବସାୟ କରି ଅମର ତାଙ୍କର ପରିବାରକୁ ଯେନ ତେନ ଉପାୟରେ ଚଲାଇନେଉଥିଲେ । ହେଲେ ଦଇବ ସାଜିଲା କାଳ , ଅମରଙ୍କୁ ୪୦ ବର୍ଷ ଛୁଇଁଲା ବେଳକୁ ସେ ତାଙ୍କର ଆଖି ର ଦୃଷ୍ଟି ଶକ୍ତି ହରାଇ ବସିଲେ । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଠିକ ଭାବେ ଆଖିର ଚିକିତ୍ସା କରାଇ ପାରିନଥିଲେ ଅମର । ଯାହା ଫଳରେ ସବୁଦିନ ପାଇଁ ତାଙ୍କୁ ହରାଇବାକୁ ପଡିଥିଲା ଦୃଷ୍ଟିଶକ୍ତି । ଯେଉଁ ସମୟରେ ନିଜର ବୃଦ୍ଧା ମାଆକୁ ଅମରଙ୍କର ସେବା ଯତ୍ନ କରିବା ଦାୟିତ୍ଵ ଥିଲା , ଠିକ ସେହି ସମୟରେ ଅମରଙ୍କର ଆଶାବାଡି ସାଜିଛନ୍ତି ତାଙ୍କ ମା ଜାନୁ । ଦୀର୍ଘ ବାରବର୍ଷ ଧରି ମାଙ୍କୁ ଆଶାବାଡି କରି ବଞ୍ଚିବାର ସ୍ଵପ୍ନ ଦେଖୁଛନ୍ତି ଅମର । ଅମରଙ୍କୁ ଜିଲ୍ଲା ପ୍ରଶାସନ ମାସକୁ ୫୦୦ ଟଙ୍କା , ୨୦ ରୁ ୨୫ କେଜି ଚାଉଳ ଓ ଘର ଖଣ୍ଡେ ଦେଇଛି ସତ । କିନ୍ତୁ ତାହା ଅମରଙ୍କର ୬ ପ୍ରାଣୀ କୁଟୁମ୍ଭ ପାଇଁ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ପାଖ ପଡୋଶୀ ।
ଏବେ ବୟସର ଅପରାହ୍ନରେ ନିଜ ପୁଅ ପାଇଁ ମାଆ ଆଶାବାଡି । ତା ପାଇଁ ବଞ୍ଚିବାର ଏକ ରାହା । ମାଆର ସାହାରାରେ ବଞ୍ଚିଛି ଦିବ୍ୟାଙ୍ଗ ପୁଅ ।